fbpx

ବିବାହ ପରେ କାହାର ଓଜନ ଅଧିକ ବଢେ, ଝିଅ ନା ପୁଅର? ଜାଣନ୍ତୁ

ଓଡ଼ିଶା ଭାସ୍କର: ବିବାହ ପରେ ଅନେକ ଦମ୍ପତ୍ତିଙ୍କ ଓଜନ ବଢିଯାଇଥାଏ । ହେଲେ କଣ ଆପଣ ଜାଣିଛନ୍ତି କି ବିବାହ ପରେ ଝିଅ ନା ପୁଅର ଅଧିକ ଓଜନ ବଢିଯାଏ । ଆଜି ଆମେ ଆପଣଙ୍କୁ କହିବୁ ବିବାହ ପରେ ଶୀଘ୍ର କାହାର ଓଜନ ବଢିଥାଏ ଏବଂ ଏହାକୁ ନେଇ ସାଇନ୍ସ କଣ କହୁଛି ।

ବିବାହ ପରେ ଓଜନ ବଢିବା ଏକ ସାଧାରଣ କଥା । ବିବାହ ପରେ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ । ଖାଦ୍ୟ ଖାଇବା ଅଭ୍ୟାସ, ଶାରୀରିକ ଗତିବିଧି କମିଯାଏ ଏବଂ କେବେ କେବେ ଚିନ୍ତା ବି ବଢିଯାଏ । ଏଥିସହ ଶରୀରରେ ହର୍ମୋନାଲ ପରିବର୍ତ୍ତନ ବି ହୋଇଥାଏ । ହେଲେ ପ୍ରଶ୍ନ ହେଉଛି ଏହା ଯେ, ପୁଅ ଏବଂ ଝିଅ ମଧ୍ୟରେ କାହାର ଓଜନ ଶିଘ୍ର ବଢିଯାଏ । ତେବେ ବିବାହ ପରେ ସାଧାରଣତଃ ମହିଳାମାନଙ୍କ ଓଜନ ଅଧିକ ବଢିଯାଇଥାଏ ।

ବିବାହ ପରେ ଖୁସି ସହ ଅନେକ ପ୍ରକାର ନୂଆ ଦାୟିତ୍ୱମାନ ମଧ୍ୟ ବଢିଥାଏ । ସେହିପରି ରୁଟିନ ମଧ୍ୟ ସଂପୁର୍ଣ୍ଣ ଭାବେ ବଦଳିଯାଇଥାଏ ଏବଂ ବେଳେ ବେଳେ ଚିନ୍ତା ବି ହୋଇଥାଏ । ଚିନ୍ତା ବଢିବା ଦ୍ୱାରା ଆମ ଶରୀରରେ ହର୍ମୋନ ପରିବର୍ତ୍ତନ ହୋଇଥାଏ । ଖାସକରି କୋର୍ଟିସୋଲ ନାମକ ହାର୍ମୋନରେ ବୃଦ୍ଧି ଘଟିଥାଏ । ଏହି ହର୍ମୋନ ଓଜନ ବଢାଇବାରେ ସାହାଯ୍ୟ କରିପାରେ, କାରଣ ଏଥିରେ ଭୋକ ଅଧିକ ହୋଇଥାଏ ଏବଂ ଶରୀରରେ ଅଧିକ ଫ୍ୟାଟ ଜମା ହୋଇଥାଏ । ଏଥିପାଇଁ ବିବାହ ପରେ ମହିଳାମାନଙ୍କ ଓଜନ ଅଧିକ ବଢିବା ସାଧାରଣ କଥା ।

Get real time updates directly on you device, subscribe now.