fbpx

ସାମ୍ନାକୁ ଆସିଲା Bigg Boss OTT 3ର ରିଲିଜ ଡେଟ୍‌, ସଲମାନ ଖାନ୍ ନୁହେଁ ଏହି ଅଭିନେତା ହୋଷ୍ଟ କରିବେ ଶୋ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ୍ ଶୋ Bigg Boss OTT 3ର ରିଲିଜ ଡେଟକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏହି ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ସହ ପ୍ରତିଯୋଗୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଏଥିପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । Bigg Boss OTT ର ପ୍ରଥମ ସିଜିନ୍ କରନ ଜୋହର ଏବଂ ଦ୍ୱିତୀୟ ସିଜିନ୍ ସମଲାନ ଖାନ୍ ହୋଷ୍ଟ କରିଥିଲେ । ବର୍ତ୍ତମାନ ଏହି ଶୋ’ର ତୃତୀୟ ସିଜିନ୍ ଅନିଲ କପୁର ହୋଷ୍ଟ କରିବେ ବୋଲି ଜଣାପଡ଼ିଛି ।

ଜିଓ ସିନେମା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛି, ‘Bigg Boss OTTର ନୂତନ ଶୋ ପାଇଁ ଜଣେ ନୂଆ ହୋଷ୍ଟ ! ବିଗ୍ ବସ୍ ଭଳି ତାଙ୍କ ସ୍ୱର ହିଁ ଯଥେଷ୍ଟ । ଜୁନରେ Bigg Boss OTT ସିଜିନ୍ ୩ ଜିଓ ସିନେମା ପ୍ରିମିୟମରେ ଆସୁଛି ।’ ଜୁନ୍ ୨୨ ତାରିଖ ଏହି ଶୋ’ର ଟେଣ୍ଟେଟିଭ୍ ରିଲିଜ୍ ଡେଟ୍ ବୋଲି ଜଣାପଡ଼ିଛି । ତେବେ ଏହି ଶୋ’ର ନିର୍ମାତାଙ୍କ ତରଫରୁ କନଫର୍ମ ତାରିଖ କିଛି ଜଣାପଡ଼ି ନାହିଁ । ଏହି ସିଜିନ୍ ପାଇଁ ପ୍ରତିଯୋଗୀଙ୍କ ନାଁକୁ ନେଇ କୌଣସି ଅଧିକାରିକ ସୂଚନା ସାମ୍ନାକୁ ଆସିନାହିଁ । ରିପୋର୍ଟ ଅନୁଯାୟୀ ଏହି ଶୋ’ରେ ଆଶିଷ ଶର୍ମା, ପ୍ରତୀକ୍ଷା ହୋନମୁଖେ, ଶହଜାଦା ଧାମୀ, ଭିକି ଜୈନ, ଶିଜାନ୍ ଖାନ୍ ଏବଂ ଅରହାନ ବହଲ ଭଳି ସେଲିବ୍ରିଟି ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି । ଅଧିକ ସୂଚନା ପାଇଁ ଫ୍ୟାନ୍ସଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.