fbpx

ମଙ୍ଗଳବାର ସକାଳ ୮ଟାରୁ ହେବ ମତଗଣନା, ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ

ଭୁବନେଶ୍ୱର: ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍‍ ଗଣତି ହେବ । ଏଥିପାଇଁ ପୃଥକ୍‍ ଭାବେ ୧୬୮ଟି କେନ୍ଦ୍ରରେ ଭୋଟ୍‍ ଗଣତି କରାଯିବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ଥିବା ଅଣସ୍ତରୀଟି ଷ୍ଟ୍ରଙ୍ଗରୁମ୍‍ରେ ଇଭିଏମ୍‍ ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବ୍ୟାଲେଟ୍‍ ଗଣନା ହେବା ପରେ ୮ଟା ୩୦ ମିନିଟ୍‍ରୁ ଇଭିଏମ୍‍ ଭୋଟ ଗଣନା ହେବ । ଲୋକସଭା ଏବଂ ବିଧାନସଭା ଆସନ ଭୋଟ୍‍ ଗଣତି ପାଇଁ ଅଲଗା ଅଲଗା ଟେବୁଲ ବ୍ୟବସ୍ଥା କରାଯାଇଛି ।

ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ଭୋଟ ଗଣନା ମଙ୍ଗଳବାର ଦିନ ହିଁ ଅନୁଷ୍ଠିତ ହେବ। ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଇସିଆଇ ସୂଚନା ଦେଇଛନ୍ତି।

ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ସାତୋଟି ପର୍ଯ୍ୟାୟରେ ହୋଇଥିବା ସମସ୍ତ ଭୋଟିଂର ଫଳାଫଳ ଜୁନ ୪ରେ ଘୋଷଣା ହେବ। ତେବେ ଭୋଟ ଗଣତିର ସମ୍ପର୍ଣ୍ଣ ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ECI ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ।

ସୂଚନାଥାଉ କି, ଜୁନ ୪ରେ ଲୋକ ସଭା ନିର୍ବାଚନର ରେଜଲ୍ଟ ଆସିବାକୁ ଯାଉଛି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ନିର୍ବାଚନ କମିଶନର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ସମ୍ପର୍କିତ ସୂଚନା ଦେଇଛନ୍ତି। ଦେଶର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଭୋଟ ଶେଷ ହେବା ପରେ ଇସିଆଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

Get real time updates directly on you device, subscribe now.