fbpx

୨୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ଫେରସ୍ତ; ଲୋକଙ୍କ ପାଖରେ ଏବେ ବି ରହିଛି ୭,୭୫୫ କୋଟି ଟଙ୍କାର ନୋଟ୍

ନୂଆଦିଲ୍ଲୀ : ସୋମବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ ୨,୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । କେବଳ ୭,୭୫୫ କୋଟି ଟଙ୍କା ଜନସାଧାରଣଙ୍କ ପାଖରେ ଅଛି । ୧୯ ମଇ ୨୦୨୩ ରେ ଆରବିଆଇ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ।

ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ନୋଟ୍:-

୧୯ ମଇ ୨୦୨୩ ସୁଦ୍ଧା ୩.୫୬ ଲକ୍ଷ କୋଟି ଟଙ୍କାର ମୋଟ ୨୦୦୦ ଟଙ୍କିଆ ନୋଟ ଚଳନରେ ଥିଲା । ୩୧ ମେ ୨୦୨୪ ରେ ବ୍ୟବସାୟ ବନ୍ଦ ହେବା ବେଳକୁ ଏହି ସଂଖ୍ୟା ୭,୭୫୫ କୋଟି ଟଙ୍କାକୁ ଖସି ଆସିଛି । କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, ଏହିପରି ଭାବରେ ୨୦୨୩ ମସିହା ମେ ମାସ ସୁଦ୍ଧା ୨,୦୦୦ ଟଙ୍କିଆ ୯୭.୮୨ ପ୍ରତିଶତ ଫେରସ୍ତ କରାଯାଇଛି । ନଭେମ୍ବର ୨୦୧୬ ରେ ୧୦୦୦ ଟଙ୍କା ଏବଂ ୫୦୦ ଟଙ୍କା ବ୍ୟାଙ୍କ ନୋଟ ବିମୁଦ୍ରୀକରଣ ହେବା ପରେ ୨୦୦୦ ଟଙ୍କା ନୋଟ୍ ପ୍ରଚଳନ କରାଯାଇଥିଲା ।

Get real time updates directly on you device, subscribe now.