fbpx

‘ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି’, NEET ପେପର ଲିକ ମାମଲାକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ସାରା ଦେଶରେ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଖୁବଶୀଘ୍ର ବଡ଼ ପଦକ୍ଷେପ ନିଆଯିବ । ସର୍ବପ୍ରଥମେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଅନିୟମିତତା ସଂପର୍କରେ ସରକାର ମଧ୍ୟ ଏନଟିଏରୁ ସୂଚନା ପାଇଛନ୍ତି ।

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଏହି ମାମଲାର ଆଭ୍ୟନ୍ତରୀଣ ଅନୁସନ୍ଧାନ ଚାଲିଛି । ଏନଟିଏର ବ୍ୟବସ୍ଥାକୁ ସୁଧାରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଉଛି । ମୁଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ସ୍ୱୀକାର କରୁଛି । ଶିକ୍ଷା ମନ୍ତ୍ରୀ ଭାବେ ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି । ନୀଟ ଏବଂ ୟୁଜିସି ନେଟ ମାମଲା ଭିନ୍ନ ଭିନ୍ନ ଅଟେ । ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଚିନ୍ତା କରିବା ଆମର ପ୍ରଥମ ଦାୟିତ୍ୱ । ସେନାଙ୍କ ଭବିଷ୍ୟତ କାହାକୁ ଖେଳିବାକୁ ଦିଆଯିବନାହିଁ । ଯିଏ ଦୋଷୀ ତାଙ୍କୁ ତ୍ରାହି ଦିଆଯିବନାହିଁ । ବିହାର ପୋଲିସ ମଧ୍ୟ ନୀଟ ମାମଲାରେ ଯାଞ୍ଚ କରୁଛି । ଖୁବଶୀଘ୍ର ଏହାର ଜଡ ପର୍ଯ୍ୟନ୍ତ ଆମେ ପହଞ୍ଚିବୁ । ନୀଟର ମୂଳ ବିଷୟ ଗ୍ରେସ ମାର୍କ ଥିଲା, ହେଲେ ପରେ ଅନ୍ୟ କିଛି ଜିନିଷ ବାହାରିଲା ।’

Get real time updates directly on you device, subscribe now.