fbpx

(Video): ଅନନ୍ତ- ରାଧିକାଙ୍କ ‘ସଙ୍ଗୀତ’ରେ ଧମାଲ କଲେ ଅମ୍ବାନୀ ପରିବାର, ଦିୱାନଗୀ-ଦିୱାନଗୀ ଗୀତରେ ଠୁମକା ଲଗାଇଲେ ମୁକେଶ-ନୀତା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଉତ୍ସାହିତ ଅମ୍ବାନୀ ପରିବାର । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ସେମାନଙ୍କ ବିବାହର ପ୍ରାକ୍ ଉତ୍ସବକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା । ଏଥିମଧ୍ୟରେ ଶୁକ୍ରବାର ମୁମ୍ବାଇରେ ଅନନ୍ତ- ରାଧିକାଙ୍କ ‘ସଂଗୀତ’ ସମାରୋହ ବହୁତ ଧୁମ୍ ଧାମରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ବଲିଉଡ, କ୍ରିକେଟ ଏବଂ ଅନ୍ୟ ଜଣାଶୁଣା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଅନନ୍ତ- ରାଧିକାଙ୍କ ‘ସଙ୍ଗୀତ’ରେ ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଓମ୍ ଶାନ୍ତି ଓମ’ର ଦିୱାନଗୀ ଦିୱାନଗୀ ଗୀତରେ ଅମ୍ବାନୀ ପରିବାର ନୃତ୍ୟ ପରିବେଷଣ କରିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଡ୍ୟାନ୍ସ ପଫର୍ମାନ୍ସରେ ଅମ୍ବାନୀ ପରିବାରଙ୍କ ବଣ୍ଡିଙ୍ଗ୍ ୟୁଜର୍ସଙ୍କୁ ବେଶ୍ ପସନ୍ଦ ଆସିଥିଲା । ଭାଇରାଲ ଭୟାନୀ ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଏହି ସଂଗୀତ ସମାରୋହରେ ସଲମାନ ଖାନ୍‌, ଭିକି କୌଶଲ, ଦୀପିକା ପାଦୁକୋନ୍‌, କିୟାରା ଆଡଭାନୀ, ସିଦ୍ଧାର୍ଥ ମହ୍ଲୋତ୍ରା, ଆଲିୟା ଭଟ୍ଟ, ରଣବୀର କପୁର, ଏମ୍ ଏସ୍ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ଥିଲେ ।

 

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.