fbpx

କାହା ଘରକୁ ଅତିଥି ହୋଇ ଯାଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଚାଣକ୍ୟଙ୍କ କଥା, ବଜାୟ ରହିବ ମାନ ସମ୍ମାନ

ଓଡ଼ିଶା ଭାସ୍କର: ଆଚାର୍ଯ ଚାଣକ୍ୟ ଇତିହାସରେ ସବୁଠାରୁ ବଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେ ତାଙ୍କ ଜୀବନରେ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ବ୍ୟକ୍ତିଙ୍କୁ ଉଚିତ ମାର୍ଗଦର୍ଶନ ପ୍ରଦାନ କରିଥାଏ । ବ୍ୟକ୍ତି ଚାଣକ୍ୟ ନୀତିକୁ ଜୀବନରେ ଆପଣାଇବା ଦ୍ୱାରା କେବେ ସମସ୍ୟାର ସମ୍ମୁଖୀନ ହୋଇନଥାଏ । କୁହାଯାଏ ଆଜି ପର୍ଯ୍ୟନ୍ତ ଆଚାର୍ଯ୍ୟ ଚାଣକ୍ୟଙ୍କ କହିଥିବା କଥା କେବେ ବି ଭୁଲ ପ୍ରମାଣିତ ହୋଇନାହିଁ । ତେଣୁ ଆଜି ବି କିଛି ବ୍ୟକ୍ତି ନିସନ୍ଦେହର ସହ ପାଳନ କରିଥାନ୍ତି । ତେବେ କାହା ଘରକୁ ଅତିଥି ହୋଇଯିବା ପୂର୍ବରୁ ଚାଣକ୍ୟଙ୍କ ଏହି କଥା ମନେ ରଖନ୍ତୁ ।

୧. କୌଣସି କାର୍ଯ୍ୟ କିମ୍ବା ଉଦ୍ଦେଶ୍ୟ ବିନା କାହା ଘରକୁ ଯାଆନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଅପମାନ ହୋଇପାରେ ।

୨. କାହା ଘରକୁ ବିନା ନିମନ୍ତ୍ରଣରେ ଯାଆନ୍ତୁ ନାହିଁ । ଏମିତିରେ ସେମାନଙ୍କ ଘରେ ଅଧିକ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ତେଣୁ କାହା ଘରକୁ ଯିବା ପୂର୍ବରୁ ସେମାନଙ୍କ ଅନୁମତି ନେବାକୁ ଭୁଲନ୍ତୁ ନାହିଁ । ଏମିତିରେ ଆପଣଙ୍କୁ ଉଚିତ ଆଦର ଓ ସମ୍ମାନ ମିଳିଥାଏ ।

୩. ଅତିଥି କେବଳ କିଛି ଦିନ ପାଇଁ ଘରେ ଭଲ ଲାଗନ୍ତି । ଅଧିକ ଦିନ କାହା ଘରେ ରହିଲେ ସେମାନଙ୍କ ଆଖିରେ ଖଟକି ଥାନ୍ତି । ଏହା ସହ ସେମାନଙ୍କ ମନରେ ଆପଣଙ୍କ ପ୍ରତି ସମ୍ମାନ ହ୍ରାସ ହୋଇଥାଏ । ଫଳରେ ଆପଣ କେବେ ଖୁସିରେ ରହିପାରିବେ ନାହିଁ । ଆପଣ ଅନେକ ସମସ୍ୟାର ସମ୍ମୁଖୀନ ବି ହୋଇପାରନ୍ତି ।

 

Get real time updates directly on you device, subscribe now.