ଶ୍ରାବଣ ମାସରେ କ’ଣ ରହିଛି କାଉଡ଼ିଆ ଯାତ୍ରାର ମହତ୍ୱ, ଜାଣନ୍ତୁ କେତେ ପ୍ରକାର ରହିଛି କାଉଡ଼ିଆ ଯାତ୍ରା ଏବଂ ଏହା ସହ ଜଡ଼ିତ ନିୟମ ?
ଓଡ଼ିଶା ଭାସ୍କର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ୱ ରହିଛି । ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଏବଂ ସୋମବାର ପ୍ରିୟ ବାର । ଏହି ମାସରେ ପବିତ୍ର ମନରେ ଭୋଳାନାଥଙ୍କ ପୂଜାର୍ଚ୍ଚନା ଓ ବ୍ରତ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅନେକ ଶିବ ଭକ୍ତ କାଉଡ଼ିଆ ଯାତ୍ରା କରିଥାନ୍ତି । ବିଭିନ୍ନ ନଦୀର ପାଣି ଦ୍ୱାରା ପ୍ରଭୁ ଶିବଙ୍କ ଜଳାଭିଷେକ କରିଥାନ୍ତି ।
ପୌରାଣିକ ମାନ୍ୟତା ଅନୁଯାୟୀ କାଉଡ଼ିଆ ଯାତ୍ରାର ପ୍ରାରମ୍ଭ ଭଗବାନ ଶିବଙ୍କ ପରମ ଭକ୍ତ ପରଶୁରାମ କରିଥିଲେ । ଅନ୍ୟ ଏକ ମାନ୍ୟତା ଆନୁଯାୟୀ ଶ୍ରବଣ କୁମାର ନିଜ ମାତା ପିତାଙ୍କ ଇଚ୍ଛା ପୂରଣ କରିବା ପାଇଁ କାଉଡ଼ିଆରେ ବୋହି ହରିଦ୍ୱାରା ନେଇଥିଲେ । ଫେରନ୍ତା ସମୟରେ ଆଣିଥିବା ଗଙ୍ଗାଜଳରେ ପ୍ରଭୁ ଶିବଙ୍କୁ ଜଳାଭିଶେଷକ କରିଥିଲେ । ଆପଣମାନେ ଜାଣିଛନ୍ତି କି କାଉଡ଼ିଆ ଯାତ୍ରା କେତେ ପ୍ରକାରର ଏବଂ ଏହା ସହ ଜଡ଼ିତ କ’ଣ ନିୟମ ରହିଛି ?
୧. ସାଧାରଣ କାଉଡ଼ିଆ ଯାତ୍ରା: ସାଧାରଣ କାଉଡ଼ିଆ ଯାତ୍ରା ବହୁତ ସହଜ । ଏଥିରେ କାଉଡ଼ିଆମାନେ ରାସ୍ତାରେ ଆରାମ କରି ପୁଣି ଥରେ ଯାତ୍ରା ଆରମ୍ଭ କରିବାର ସୁବିଧା ରହିଛି । ସାଧାରଣତଃ କାଉଡ଼ିଆମାନେ ଚାଲିଚାଲି ଯାତ୍ରା କରି ଆଣିଥିବା ପାଣିରୁ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି । ଏମାନଙ୍କୁ ବୋଲବମ୍ ମଧ୍ୟ କୁହାଯାଏ । କିନ୍ତୁ ଆଜିକାଲି ଗାଡ଼ି ମାଧ୍ୟମରେ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରୁଛନ୍ତି ।
୨. ଡାକ୍ କାଉଡ଼ିଆ ଯାତ୍ରା: ଏହା ଅତ୍ୟନ୍ତ କଷ୍ଟକର ଯାତ୍ରା । ଏହାର ନିୟମ ବହୁତ କଠୋର । ଶାସ୍ତ୍ର ଅନୁଯାୟୀ ଥରେ କାଉଡ଼ିଆ ଧରିଲେ ଶିବ ଧାମ ନପହଂଚିବା ପର୍ଯ୍ୟନ୍ତ ଅଟକି ପାରିବେ ନାହିଁ । ସେମାନଙ୍କୁ ନିରନ୍ତର ଚାଲିବାକୁ ପଡ଼ିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାଉଡ଼ିଆଙ୍କୁ ୨୪ ଘଣ୍ଟା ମଧ୍ୟରେ ଶିବ ଧାମ ପହଂଚିବାକୁ ପଡ଼ିଥାଏ । ଏହି ପ୍ରକାର କାଉଡ଼ିଆ ଯାତ୍ରା ପାଇଁ ଦଳ ଗଠନ କରାଯାଇଥାଏ । ଜଣେ ଥିକି ଗଲେ ଅନ୍ୟ ଜଣେ ସେମାନଙ୍କ କାଉଡ଼ିଆ କାନ୍ଧରେ ବହନ କରିଥାନ୍ତି ।
୩. ଦଣ୍ଡ ପ୍ରଣାମ କାଉଡ଼ିଆ ଯାତ୍ରା: ଏଥିରେ କାଉଡ଼ିଆମାନେ ଦଣ୍ଡବତ ପ୍ରଣାମ କରି ଯାତ୍ରା କରିଥାନ୍ତି । ଏଥିରେ କାଉଡ଼ିଆମାନେ ଆରାମ କରିବା ସହ ଚାଲି ଥାନ୍ତି ମଧ୍ୟ ।
୪. ଷ୍ଟାଣ୍ଡିଂ କାଉଡ଼ିଆ ଯାତ୍ରା: ଛିଡ଼ା କାଉଡ଼ିଆ ଯାତ୍ରା ବା Standing Kanwar Yatra । ଏହା ଟିକେ କଷ୍ଟକର । ଏହି ଯାତ୍ରାରେ ଲଗାତାର ଭାବେ ଚାଲିବାକୁ ପଡ଼ିଥାଏ । ଏଥିରେ କାଉଡ଼ିଆକୁ ତଳେ ରଖିବାରିବେ ନାହିଁ । ଜଳ ପାତ୍ରଟି କାଉଡ଼ିଆର ଉପରେ ଅଂଶରେ ଥିବାରୁ ଏହାକୁ ସବୁବେଳେ ଛିଡ଼ା କରି ରଖିବାକୁ ପଡ଼ିଥାଏ । ତେଣୁ କିଛି ସହଯୋଗୀମାନେ ଅନ୍ୟର କାଉଡ଼ିଆକୁ ବେଳେ ବେଳେ ଧରି ରଖିଥାନ୍ତି ।