fbpx

ସ୍ନାନ ଜଳରେ ମିଶାନ୍ତୁ ଏହି ୪ଟି ଜିନିଷ, ଦୂରେଇ ଯିବ ସବୁ ଥକ୍କାପଣ

ଓଡ଼ିଶା ଭାସ୍କର: ସାଧାରଣତଃ ଥକ୍କାପଣ ଏବଂ ମସ୍ତିଷ୍କକୁ ରିଲାକ୍ସ କରିବା ପାଇଁ ଅଧିକାଂଶ ବ୍ୟକ୍ତି ସ୍ନାନ କରିବାକୁ ପସନ୍ଦ କରିଥାନ୍ତି । ସ୍ନାନ କରିବା ଦ୍ୱାରା ଷ୍ଟ୍ରେସ୍ ଦୂରେଇଥାଏ । ଏହା ବ୍ୟତୀତ ନିୟମିତ ସ୍ନାନ କରିବା ଦ୍ୱାରା ଶରୀର ସୁସ୍ଥ ଏବଂ ସ୍ୱଚ୍ଛ ରହିଥାଏ । ସଂକ୍ରମଣ ଏବଂ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟ ମଧ୍ୟ ଦୂରେଇଥାଏ । ତେବେ ଜଳରେ ଏହି ୪ଟି ଜିନିଷ ମିଶାଇ ସ୍ନାନ କରିବା ଦ୍ୱାରା ଆପଣ ଭିତରୁ ଫ୍ରେଶ୍ ଅନୁଭବ କରିଥାନ୍ତି ଏବଂ ଆପଣଙ୍କୁ ଅତର ଲଗାଇବା ଆବଶ୍ୟକତା ପଡ଼ିନଥାଏ ।

୧. ପେପରମିଣ୍ଟ ତେଲ: ସ୍ନାନ କରିବା କିଛି ସମୟ ପୂର୍ବରୁ ଜଳରେ ପେପରମିଣ୍ଟ ତେଲ ମିଶାନ୍ତୁ । ଏହି ଜଳରେ ସ୍ନାନ କରିବା ଦ୍ୱାରା ଶରୀରର ସମସ୍ତ ଥକ୍କାପଣ ଦୂରେଇଥାଏ ଏବଂ ଆମେ ରିଲାକ୍ସ ଫିଲ୍ କରିଥାଉ । ତେବେ ଏହାର ବ୍ୟବହାର କମ୍ ମାତ୍ରାରେ କରିବା ଉଚିତ । ଏନାଲଜେସିକ ଗୁଣରେ ଭରପୁର ପେପରମିଣ୍ଟ ତେଲ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ଦୂର କରିବାରେ ସହାୟକ ହୋଇଥାଏ ।

୨. ଗୋଲାପ ଜଳ: ଝାଳର ଦୁଗନ୍ଧରୁ ନିଜକୁ ରକ୍ଷା କରିବା ପାଇଁ ଜଳରେ ଗୋଲାପ ଜଳ ମିଶାଇ ସ୍ନାନ କରନ୍ତୁ । ଆପଣ ଚାହିଁଲେ ଗୋଲାପର ସତେଜ ପାଖୁଡ଼ା ମଧ୍ୟ ବ୍ୟବହାର କରିପାରିବେ । ଏହା ଦ୍ୱାରା ଶରୀରରୁ ଦୁର୍ଗନ୍ଧ ଦୂରେଇଥାଏ ଏବଂ ଆପଣ ଫ୍ରେଶ୍ ଫିଲ୍ କରିଥାନ୍ତି । ଏହା ବ୍ୟତୀତ କିଛି ଗୋଲାପ ପାଖୁଡ଼ା ପାଣିରେ ଫୁଟାଇ ଘରେ ଗୋଲାପ ଜଳ ତିଆରି କରିପାରିବେ ।

୩. ହଳଦୀ: ଆଣ୍ଟି ଇନଫ୍ଲେମେଟୋରୀ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣରେ ଭରପୁର ହଳଦୀ । ହଳଦୀ ଜଳରେ ସ୍ନାନ କରିବା ଦ୍ୱାରା ମନରେ ଥିବା ନକାରାତ୍ମକ ଭାବନା ଦୂରେଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଦୈନିକ ଜଳରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ହଳଦୀ ମିଶାଇଲା ପରେ ସ୍ନାନ କରନ୍ତୁ । ଏହା ଦ୍ୱାରା ଆପଣ ସତେଜ ଅନୁଭବ କରିବେ । ଆପଣ ଚାହିଁଲେ ହଳଦୀର ଉବଟନ୍ ମଧ୍ୟ ବ୍ୟବହାର କରିପାରିବେ ।

୪. ନୀମ ତେଲ: ଆଣ୍ଟିଫଙ୍ଗାଲ ଏବଂ ଅନ୍ୟାନ୍ୟ ଔଷଧୀୟ ଗୁଣରେ ଭରପୁର ନୀମ । ଜଳରେ ନୀମ ତେଲର କିଛି ବୁନ୍ଦା ମିଶାଇ ସ୍ନାନ କଲେ ଅନେକ ଚର୍ମ ରୋଗରୁ ଉପଷମ ମିଳିଥାଏ । ଆପଣ ଚାହିଁଲେ ସ୍ନାନ ଜଳରେ ନୀମ ପତ୍ର, ଫୁଟା ନିମ ପତ୍ର ପାଣି ମିଶାଇବାର କିଛି ମିନିଟ ପରେ ଗାଧୋଇ ପାରିବେ । ଏହା ଦ୍ୱାରା ଚେହେରାରେ ଚମକ ଆସିଥାଏ ଏବଂ ଆପଣ ସତେଜ ଅନୁଭବ କରିଥାନ୍ତି । ଏହା ବ୍ୟତୀତ ନୀମ ପେଷ୍ଟ ମଧ୍ୟ ଉବଟନ୍ ଭଳି ବ୍ୟବହାର କରିପାରିବେ ।

ଅନେକ ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ ସ୍ନାନ କରିବାକୁ ଭଲପାଇଥାନ୍ତି । କିଛି ବ୍ୟକ୍ତି ସ୍ନାନ ଜଳରେ ଫିଟକିରି, ମହୁ, କ୍ଷୀର, ଲେମ୍ବୁ, ଚନ୍ଦନ ତେଲ, ଗ୍ରୀନ୍ ଟି, ସୁଗନ୍ଧିତ ଫୁଲ ଇତ୍ୟାଦି ମିଶାଇ ସ୍ନାନ କରିଥାନ୍ତି । ଏହା ଦ୍ୱାରା ମସ୍ତିଷ୍କ ରିଲାକ୍ସ ହୋଇଥାଏ ଏବଂ ଶରୀରର ଥକ୍କାପଣ ଦୂରେଇଥାଏ ।

 

Get real time updates directly on you device, subscribe now.