fbpx

(Video) ପ୍ରେସ୍‌ କନଫରେନ୍ସ କରୁଥିବା ସମୟରେ ଅଚାନକ୍ କେନ୍ଦ୍ରମନ୍ତ୍ରୀଙ୍କ ନାକରୁ ବାହାରିଲା ରକ୍ତ : ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ନାକରୁ ରକ୍ତସ୍ରାବ ହେବା ପରେ କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଦିନ ବେଙ୍ଗାଲୁରୁରେ ବିଜେପି-ଜେଡିଏ ନେତାଙ୍କ ଏକ ବୈଠକ ପରେ କୁମାରସ୍ୱାମୀ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ସାମ୍ବାଦିକ ସମ୍ମିଳନୀରେ କୁମାରସ୍ୱାମୀ ତାଙ୍କ ନାକକୁ ଏକ କପଡ଼ାରେ ଘୋଡାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ତାଙ୍କ ସାର୍ଟ ମଧ୍ୟ ରକ୍ତରେ ଭିଜି ଯାଇଥିଲା। ତେବେ ଏହା ଘଟିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କୁ ଡାକ୍ତରଖାନା ନିଆଯାଇଛି। ଯେଉଁଠାରେ ଡାକ୍ତରମାନେ ତାଙ୍କର ଯାଞ୍ଚ କରୁଛନ୍ତି।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ରାଜ୍ୟ ଭାଜପା ସଭାପତି ବିଓ୍ବାଇ ବିଜୟେନ୍ଦ୍ର, କୁମାରସ୍ବାମୀ ଏବଂ ରାଜ୍ୟ ବିରୋଧୀ ଦଳର ନେତା ଆର ଅଶୋକଙ୍କ ନେତୃତ୍ୱରେ ଭାଜପା-ଜେଡିଏସ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କର୍ନାଟକରେ ମହୀଶୁରସହରୀ ବିକାଶ ପ୍ରାଧିକରଣ (MUDA) ସ୍କାମ ସମେତ ଅନ୍ୟାନ୍ୟ ଦୁର୍ନୀତି ମାମଲା ଉପରେ ଆଲୋଚନା କରାଯାଇଥିଲା।

Get real time updates directly on you device, subscribe now.