fbpx

ମାତ୍ର ୧୧ ବର୍ଷୀୟ ବିସ୍ମୟ ବାଳକ ! ଲେଖିଲେ ରକେଟ୍ ତିଆରି କରିବାର କୋଡ୍

ବେଜିଂ: ଆଜିକାଲି ଟେକ୍ନୋଲୋଜି ମାଧ୍ୟମରେ ମନୁଷ୍ୟ ଅଧିକାଂଶ କାର୍ଯ୍ୟ ସହଜରେ କରିପାରୁଛି । ଦିନକୁ ଦିନ ଟେକ୍ନୋଲୋଜି ବିକାଶରେ ଦେଶ ଅଗ୍ରଗତି କରୁଛି । ଏହି କ୍ରମରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଟେକ୍ନୋଲୋଜିର କ୍ରେଜ୍ ଦେଖିବାକୁ ମିଳୁଛି । ନିକଟରେ ଏଭଳି ଏକ ଉଦାହରଣ ସାମ୍ନାକୁ ଆସିଛି ଚୀନରୁ । ଚୀନରେ ମାତ୍ର ୧୧ ବର୍ଷୀୟ ଏହି ବାଳକ ନିଜେ ରକେଟ୍ ତିଆରି କରିବାର କୋଡ୍ ଲେଖିଛନ୍ତି । ବର୍ତ୍ତମାନ ଏହି ବିସ୍ମୟ ବାଳକ ସୋସିଆଲ ମିଡିଆ ସେନସେସନ୍ ପାଲଟିଛନ୍ତି ।

ସୂଚନାରୁ ପ୍ରକାଶ ରକେଟ୍ ସାଇନ୍ସ ଏବଂ ପ୍ରୋଗ୍ରାମିଂରେ ଆଗ୍ରହ ଥିବା ଏହି ବିସ୍ମୟ ବାଳକ ନାଁ ହେଉଛି ୟାନ୍ ହୋଙ୍ଗସେନ୍‌(Yan Hongsen) । ବୟସ ୧୧ ବର୍ଷ । ଯେଉଁ ବୟସରେ ସାଙ୍ଗସାଥିଙ୍କ ସହ ଖେଳିବା କଥା ସେହି ବୟସରୁ ନିଜ ଲକ୍ଷ୍ୟକୁ ନେଇ ଗମ୍ଭୀର ଅଛନ୍ତି ମାତ୍ର ୪ ବର୍ଷ ବୟସରେ ସେ ଏକ ରକେଟ୍ ଲଞ୍ଚ୍ ହୋଇଥିବାର ଦେଖିଥିଲେ । ଏହା ପରେ ସେ ନିଜେ ଏକ ରକେଟ୍ ତିଆରି କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ସେ ନିଜେ ଅନଲାଇନ୍ କୋର୍ସ ଏବଂ ବହି ମାଧ୍ୟମରେ କମ୍ପ୍ୟୁଟର ପ୍ରୋଗ୍ରାମିଂ, ଫିଜିକ୍ସ ଏବଂ କେମିଷ୍ଟ୍ରି ଶିଖିଗଲେ । ପିଲାର ଏଭଳି ଇଚ୍ଛାଶକ୍ତି ଦେଖି ମାତାପିତା ଘରେ ଏକ ଛୋଟ ଲ୍ୟାବ୍ ତିଆରି କରିଥିଲେ ।

Yan Hongsenଙ୍କ ପ୍ରଥମ ରକେଟ୍

୨୦୨୩ ମସିହାରେ ୟାନ୍ ତିଆରି କରିଥିବା ପ୍ରଥମ ରକେଟର ନାଁ ହେଉଛି ‘Sen Xing’ ବା ‘Moving Forward’ । ଦୁର୍ଭାଗ୍ୟବଶତଃ ଏହି ରକେଟ୍ ଯୋଜନା ଅନୁଯାୟୀ କାର୍ଯ୍ୟ କରିପାରିନଥିଲା । ଏହା ସତ୍ତ୍ୱେ ୟାନ୍ ହାର ମାନି ନଥିଲେ । ଏହି ରକେଟ୍ ତିଆରିରେ କରିଥିବା ଭୁଲରୁ ସେ ଶିକ୍ଷା ଲାଭ କରି ଏକ ନୂତନ ରକେଟ୍ ମଡେଲ ତିଆରି କରିବା ପାଇଁ ପ୍ରୟାସ କରିଥିଲେ । ବର୍ତ୍ତମାନ ସେ ନିଜେ ୬୦୦ ଲାଇନ୍ ବିଶିଷ୍ଟ ରକେଟ୍ ତିଆରି କରିବା କୋଡ୍ ଲେଖିଛନ୍ତି ।

କହିରଖୁଛୁ ରକେଟ୍ ସାଇନ୍ସରେ ଆଗ୍ରହ ରଖିଥିବା ୟାନ୍ ପାଠପଢ଼ାରେ ମଧ୍ୟ ହୁଶିଆର ଅଛନ୍ତି । ସେ ନିଜ ସହପାଠୀଙ୍କୁ ମଧ୍ୟ ସ୍ପେସ୍ ବିଷୟରେ ପଢ଼ାଇଥାନ୍ତି । ତେବେ ବଡ଼ ହେଲେ ଚୀନର ଭଲ ବିଶ୍ୱବିଦ୍ୟାଳୟରେ ପାଠପଢ଼ି ଦେଶ ପାଇଁ ସତସତିକା ରକେଟ୍ ତିଆରି କରିବେ ବୋଲି ଆଶା ରଖିଛନ୍ତି । ଏହି ‘ୱାଣ୍ଡର ବୟ’ଙ୍କ କାହାଣୀ ଚୀନବାସୀଙ୍କୁ ଅନେକ ପ୍ରଭାବିତ କରିଛି । ସମସ୍ତେ ତା’ର ବୁଦ୍ଧି ଏବଂ ପରିଶ୍ରମର ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.