fbpx

ବର୍ଷାଦିନରେ ବଢ଼ିଯାଏ ଭାଇରାଲ ଓ ଫଙ୍ଗସ ଇନଫେକ୍ସନ୍: ଜାଣନ୍ତୁ କିପରି ନେବେ ଛୋଟ ପିଲାଙ୍କ ଯତ୍ନ

ବର୍ଷାଦିନ ଆସିବା କ୍ଷଣୀ ସଂକ୍ରମଣ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ବିଶେଷ ଭାବରେ ବର୍ଷା ଦିନରେ ଛୋଟ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସଂକ୍ରମଣ ବଢ଼ିଥାଏ । ଯେମିତି କି ଅଧିକାଂଶ ସମୟରେ ଜୀବାଣୁ ଜନିତ ରୋଗ, ଭାଇରାଲ ଓ ଫଙ୍ଗସ ଇନଫେକ୍ସନ୍ ବଢ଼ିଥାଏ। ଏହାର ଅନେକ କାରଣ ଥାଏ । ବର୍ଷା ଦିନେ ଛୁଆମାନଙ୍କ ଦେହପା’ ପ୍ରତି ଧ୍ୟାନ ନ ଦିଆ ଗଲେ ପରିସ୍ଥିତି ଖୁବ୍ ଜଟିଳ ହୋଇଯାଏ । ତେଣୁ ବର୍ଷାଦିନେ ପିଲାମାନଙ୍କ ସଠିକ ବାବରେ ଯତ୍ନ ନିଆ ନ ଗଲେ ବିଭିନ୍ନ ରୋଗର ଆଶଙ୍କା ବଢିଯାଏ ।

ସଂକ୍ରମଣ ବଢ଼ିବାର ବିଶେଷ କାରଣ:
ବର୍ଷାଦିନେ ସ୍କୁଲ ଖୋଲିଯାଏ । ଯେଉଁଠି ଅଧିକ ମାତ୍ରାରେ ଗହଳି ହୋଇଥାଏ । ବର୍ଷା ଦିନ ହେତୁ ମାଆମାନେ ପିଲାମାନଙ୍କୁ ଗାଧେଇ ନଥାନ୍ତି । ତେଣୁ ପିଲାଙ୍କର ଚର୍ମ ରୋଗ ବିଭିନ୍ନ ସମୟରେ ଦେଖାଯାଇଥାଏ । ଏହି ସମୟରେ ଭାଇରାଲ୍ ସଂକ୍ରମଣ ଅଧିକ ମାତ୍ରାରେ ହୋଇଥାଏ । ଇନଫ୍ଲୁଏଞ୍ଜା, ଆଡିନୋ ଭାଇରସ, ଡେଙ୍ଗୁ ଓ ମ୍ୟାଲେରିଆ ବଢ଼ିଥାଏ । ଏହି ସମସ୍ତ ସଂକ୍ରମଣ ପାଇଁ ବର୍ଷା ଋତୁ ସମୟରୁ ବୃଦ୍ଧି ପାଇଥାଏ । ଯଦି କ୍ଲାସ ରୁମରେ ଜଣଙ୍କର ଥଣ୍ଡା ହୋଇଥାଏ ତେବେ ଅନ୍ୟ ପିଲାଙ୍କୁ ମଧ୍ୟ ଥଣ୍ଡା ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ପିଲାମାନଙ୍କୁ ନ ଗାଧୋଇଲେ ବି ସ୍ପଞ୍ଜ କପଡାରେ ଧୀରେ ଧୀରେ ଶରୀରକୁ ପୋଛିନିଅନ୍ତୁ ।

ସଠିକ ଭାବରେ ଛୋଟ ପିଲାଙ୍କୁ ଟୀକାକରଣ କରାଇବା:
ପିଲାଙ୍କୁ ଠିକ ସମୟରେ ଟୀକାକରଣ ଆବଶ୍ୟକ । ଯଦି ସଂକ୍ରମଣ ଅଧିକ ଥାଏ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ତେବେ ରୋଗ ବଢ଼ିଯାଇଥାଏ । ରାଜ୍ୟରେ ଏବେବି ଅନେକ ପିଲା ଟୀକାକରଣ ଠିକ ଭାବରେ ନେଇ ନାହାନ୍ତି । ଯଦି ପିଲାଟି ଟିକା ନେଇ ନାହିଁ ତେବେ ତୁରନ୍ତ ଟିକା ନେବା ଆବଶ୍ୟକ । କ୍ୟାଚୋ ବ୍ୟାକ୍ସିନ ଯାହା ୫-୧୦ ବର୍ଷ ବୟସର ପିଲାଙ୍କୁ ଦେଇ ହେବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୋଟ ପିଲାଙ୍କୁ ଟୀକାକରଣ କରିବା ଆବଶ୍ୟକ ।

ବର୍ଷା ଦିନରେ ଛୋଟ ପିଲାଙ୍କୁ ସଂକ୍ରମଣର ପ୍ରଭାବ:ଅନେକ ସମୟରେ ଛୋଟ ପିଲାମାନେ ବିଭିନ୍ନ ରୋଗରେ ପଡିଥାନ୍ତି । ଯାହାକୁ କମନ୍ କୋଲ୍ଟ କହିଥାଉ । ଯେପରି ପିଲାଟିର ନାକରୁ ପାଣି ବାହାରିବା, କାଶ ହେବା, ତଣ୍ଟି ବଥା ହେବା ସହ ଦେହ ଉଷୁମ ରହିବା ଆଦି ଦେଖାଯାଇଥାଏ । ପିଲାମାନଙ୍କ ପାଖରେ ଏଭଳି ଲକ୍ଷଣ ଦେଖାଗଲା ଡାକ୍ତରଙ୍କୁ ପରାମର୍ଶ କରିବା ସହ ଔଷଧ ଦେବା ଆବଶ୍ୟକ । ଅଧିକ ମାତ୍ରାରେ କମନ୍ କୋଲ୍ଡ ହେବା ଦ୍ବାରା ନିମୋନିଆ, ଅସ୍ଥମା ଓ ଟିବି ମଧ୍ୟ ଆକ୍ରମଣ କରିପାରେ ।

କେଉଁ ବୟସର ପିଲାଙ୍କ ପାଇଁ ସଂକ୍ରମଣ ବିପଦ:

ବର୍ଷା ଦିନେ ସାଧାରଣ ଭାବରେ ୫ ବର୍ଷରୁ କମ୍‌ ବୟସର ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଅଧିକ ବିପଦ ଦେଖାଯାଇଥାଏ । ବର୍ଷା ଦିନେ ସାଧାରଣ ଭାବରେ ୧ ବର୍ଷେ ତଳକୁ ପିଲାଙ୍କୁ ବାହାରକୁ ବାହାର କରନ୍ତୁ ନାହିଁ । ଛୋଟ ପିଲାଙ୍କୁ ସଂକ୍ରମଣ ଶୀଘ୍ର ହୋଇଥାଏ । ତେଣୁ ବର୍ଷାଦିନେ ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।

ବିଶେଷ ପ୍ରତିକାର:
ଯଦି ପିଲାଙ୍କ ଶରୀରରେ ଇନଫେକ୍ସନ ହୁଏ ତେବେ ପିଲାଟିକୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ଔଷଧ ଦେବା ଆବଶ୍ୟକ । ବର୍ଷା ଦିନ ସମୟରେ ସ୍କୁଲକୁ ଯାଉଥିବା ପିଲାଙ୍କୁ ଠିକ ଭାବରେ ଟୀକାକରଣ କରିବା ଆବଶ୍ୟକ । ଏପରିକି ନିମୋନିଆ ପାଇଁ ମଧ୍ୟ ସରକାରୀ ସ୍ତରରେ ଟୀକାକରଣ କରାଯାଉଛି । ତାହା ତୁରନ୍ତ କରିବା ଆବଶ୍ୟକ । ନିମୋନିଆ କିମ୍ବା ଡାଇରିଆ ହେଲେ ପାଖାପାଖି ୯୦ ପ୍ରତିଶତ ପିଲାଙ୍କ ମୃତ୍ୟୁ ଘଟିଥାଏ । ଯଦି ଘରର କେଉଁ ସଦସ୍ୟଙ୍କୁ ଏଭଳି ସଂକ୍ରମଣ ହୋଇଛି ସେମାନଙ୍କ ଠାରୁ ଛୋଟ ପିଲାଙ୍କୁ ଦୂରେଇ ରଖିବା ଆବଶ୍ୟକ । ଯାହା ଫଳରେ ଛୋଟ ପିଲା ସୁସ୍ଥ ରହିପାରିବେ ।

ପିଲାଙ୍କ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ:
ଯଦି ଗୋଟିଏ ପିଲାର ରୋଗ ପ୍ରତିରୋଧକ ଶକ୍ତି ତାହାର ଖାଦ୍ୟପେୟ ଉପରେ ନିର୍ଭର କରେ । ଯେଉଁ ଖାଦ୍ୟରେ ଭଲ ଭାବରେ ଭିଟାମିନ ରହିଥିବ ସେହି ଖାଦ୍ୟ ଛୋଟ ପିଲାଙ୍କୁ ଦେବା ଆବଶ୍ୟକ । ଯେମିତି କି କ୍ୟାଲସିୟମ, କପର, ଜିଙ୍କ ଓ ଆଇରନ ଆଦି ଖାଦ୍ୟରେ ରହିଥିବା ଆବଶ୍ୟକ । ପିଲାଙ୍କୁ ସବୁବେଳେ ଗୋଟିଏ ପ୍ରକାର ଖାଦ୍ୟ ନଦେଇ ଖାଦ୍ୟ ତାଲିକାରେ ଭିନ୍ନଭିନ୍ନ ଖାଦ୍ୟ ରଖନ୍ତୁ । ସବୁବେଳେ ଗୋଟିଏ ପ୍ରକାରର ଖାଦ୍ୟ ଛୋଟ ପିଲାଙ୍କୁ ଦେଲେ ପିଲାଟିର ରୋଗ ପ୍ରତିରୋଧକ ଶକ୍ତି କମିବାର ମଧ୍ୟ ସମ୍ଭାବନା ରହିଛି ।

 

Get real time updates directly on you device, subscribe now.