fbpx

କୁବେର ଇଞ୍ଜିନିୟର ପ୍ରଭାସ ପ୍ରଧାନ ଗିରଫ: ଚଢ଼ଉ ପରେ ବାନ୍ଧିନେଲା ଭିଜିଲାନ୍ସ

କେନ୍ଦୁଝର : ଗିରଫ ହେଲେ କୁବେର ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ତାଙ୍କ ଘରେ ଚଢ଼ାଉ ବେଳେ ଅମାପ ସଂପତ୍ତି ଠାବ ହୋଇଥିଲା। ଚଢ଼ଉ ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ୮୫ଟି ପ୍ଲଟ ଅଛି ।

ଜଳେଶ୍ବରରେ ରହିଛି ୮୦ ପ୍ଲଟ । ପୁରୀ ଜିଲ୍ଲା ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗର ସୁନାକଣିଆରେ ରହିଛି ଗୋଟିଏ ପ୍ଲଟ। ଜଳେଶ୍ବରରେ ରହିଛି ୫ ମହଲା ବିଶିଷ୍ଟ କୋଠା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୦ ଲକ୍ଷ ହେବ । ୧୨ହଜାର ୫୦୦ ବର୍ଗଫୁଟ ଜମିରେ ରହିଛି ଏହି କୋଠା । ଗୋବରାଘାଟରେ ମାର୍କେଟ କମ୍ପ୍ଲେକ୍ସ, ୨ ଏକର ବିଶିଷ୍ଟ ବିରାଟ ଫାର୍ମ ହାଉସ ଠାବ ହୋଇଥିଲା ।

ଏହା ସହ ନଗଦ ୧୧ ଲକ୍ଷ ୭୦ହଜାର ୯୮୦ ଟଙ୍କା, ୭୮ ଲକ୍ଷ ଟଙ୍କାର ଜମା ରାଶି ଓ ୩୩୫ ଗ୍ରାମର ସୁନା ଜବତ ହୋଇଥିଲା । ୩ଟି କାର୍, ୩ଟି ମୋଟର ସାଇକେଲ ଓ ଦୁଇଟି ସ୍କୁଟି ଜବତ ହୋଇଥିଲା। ପୁଅ, ସ୍ତ୍ରୀଙ୍କ ନାଁରେ ବି ରହିଛି କୋଟିକୋଟି ଟଙ୍କାର ସମ୍ପତ୍ତି। ପୁଅ ନାଁରେ ପଶ୍ଚିମବଙ୍ଗ ସୀମାରେ ୬ ଏକର ଏବଂ ସ୍ତ୍ରୀଙ୍କ ନାମରେ ୧୨ ଏକର ଜମି ରହିଛି । ଭଉଣୀଙ୍କ ନାଁରେ ଭୁବନେଶ୍ୱର ପଳାଶୁଣୀ ଠାରେ ରହିଛି ଟୁ ବିଏଚକେ ଆପାର୍ଟମେଣ୍ଟ ।

ସେହିପରି ସନ୍ତିଆ ଓ ମହିଁଷାମୁଣ୍ଡାରେ ଥିବା ତାଙ୍କ ସଂପର୍କୀୟଙ୍କ ଘରେ ଭିଜିଲାନସ ଅଧିକାରୀମାନେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ତାଙ୍କର ୬ କୋଟି ୩୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ନିଜ ଘର ବାଲେଶ୍ବର ଜିଲ୍ଲାରେ । ସେ ୧୯୯୬ରୁ ୯୯ ଯାଏ ମୟୂରଭଞ୍ଜ ଜିଲ୍ଲାରେ ଚାକିରି କରିଥିଲେ । ଏହାପରେ ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷେ ଓ କେନ୍ଦ୍ରାପଡ଼ା ଆଳିରେ ଏମ୍ବାକମେଣ୍ଟ ଡିଭିଜନରେ ୧୦ ବର୍ଷ ଧରି ଚାକିରି କରିଥିଲେ । ଗତ ୨୦୨୦ ଡିସେମ୍ବରରେ ସେ ବାଲେଶ୍ବରକୁ ପୁଣି ଫେରିଥିବା ବେଳେ ୨୦୨୧ରେ ଅଧୀକ୍ଷଣ ଯନ୍ତ୍ରୀ ପଦକୁ ପଦୋନ୍ନତି ପାଇଥିଲେ । ଏବେ ଜୁଲାଇରେ ସେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଛନ୍ତି ।

Get real time updates directly on you device, subscribe now.