fbpx

ବହୁ ପ୍ରତିକ୍ଷାର ଘଟିଲା ଅନ୍ତ: ବିଏସଏନଏଲ ଦେଲା ସାରା ଭାରତକୁ ୫ଜି ସେବା , C-DOTରେ ହେଲା ପ୍ରଥମ ପରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଏସଏନଏଲ ୫ଜିର ପରୀକ୍ଷଣ କରିଛନ୍ତି ଏବଂ କମ୍ପାନୀ ଏଥିରେ ସଫଳତା ପାଇଛି । ସାରା ଭାରତରେ ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ କ୍ୟାମ୍ପସରେ ବିଏସଏନଏଲ ୫ଜିର ପରୀକ୍ଷଣ କରାଯାଉଛି।

ଏହି ପରୀକ୍ଷାକୁ ପରୀକ୍ଷଣ କରିବା ପାଇଁ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଟେଲିମାଟିକ୍ସର(C-DOT)ରେ ପହଞ୍ଚିଥିଲେ । ସେଠାରେ ବିଏସଏନଏଲର ୫ଜି ଟେକ୍ନୋଲୋଜି ବ୍ୟବହାର କରି ଏକ ଭିଡିଓ କଲ୍ କରି ୫ଜି ନେଟୱର୍କର କ୍ଷମତା ପରୀକ୍ଷଣ କରିଥିଲେ।

(C-DOT)ରେ ପହଞ୍ଚି ସିନ୍ଧିଆ ବୈଜ୍ଞାନିକମାନଙ୍କ ସହ ଏକ ବୈଠକ କରିଥିଲେ । ଦେଶର ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ବର୍ତ୍ତମାନ କାହା ଉପରେ କାମ କରୁଛନ୍ତି ସେ ବିଷୟରେ ସୂଚନା ନେଇଥିଲେ । ବିଏସଏନଏଲ ୫ଜି ଏହା ଭାରତର ଟେଲିକମ୍ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରକାଶ କହରିଛନ୍ତି ।

ସେ କହିଛନ୍ତି, ଭାରତରେ ନୂଆ ଟେକ୍ନୋଲୋଜି ଉପରେ କାମ ଚାଲିଛି । ଶୀଘ୍ର ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦୃଷ୍ଟି ଦେବ, ଯେତେବେଳେ ନୂଆ ଟେକ୍ନୋଲୋଜି ଆସିବ। ସେହିପରି ସେ କହିଛନ୍ତି, ୬ଜିକୁ ମଧ୍ୟ ସମଗ୍ର ବିଶ୍ୱରେ ବିକଶିତ କରାଯାଉଛି ଏବଂ ଭାରତ ମଧ୍ୟ ଏହା ଉପରେ ଲଗାତର କାର୍ଯ୍ୟ କରୁଛି ।

 

Get real time updates directly on you device, subscribe now.