fbpx

ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌, ୪ଟି ସ୍ଥାନରେ ଚଢାଉ

କଟକ: ସକାଳୁ ସକାଳୁ କଟକ ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ ପଡିଛି । ବିଡିଓ ପ୍ରଦୀପ ସାହୁଙ୍କ ଘରେ ରେଡ୍ ପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ଼ ଓ ଆଠଗଡ଼ରେ ଚଢାଉ ଜାରି ରହିଛି । ଏହା ବ୍ୟତୀତ ଭୁବନେଶ୍ୱର ଗୌତମ ନଗର ଥିବା ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ୬ ଡିଏସପି, ୬ ଇନ୍ସପେକ୍ଟର, ଏଏସଆଇ ଏହି ରେଡରେ ସାମିଲ ଅଛନ୍ତି ।

ଅଗଷ୍ଟ ୨ ତାରିଖରେ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୮୫ଟି ପ୍ଲଟ ଠାବ କରାଯାଇଥିଲା। ଡେଲାଙ୍ଗରେ ୪ଟି ପ୍ଲଟ, ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଥିବା ବେଳେ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ନଗଦ ଜବତ କରାଯାଇଥିଲା । ୨୧୮ ଗ୍ରାମ ସୁନା, ଗୋଟିଏ ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଥିଲା । ୫ ମହଲା କୋଠା ଓ ଏକ ମାର୍କେଟ କମ୍ପେ୍ଲକ୍ସ ଠାବ ହୋଇଥିଲା ।

Get real time updates directly on you device, subscribe now.