fbpx

(Video) ୮ ମାସର ଗର୍ଭବତୀ ଦୀପିକା ପାଦୁକୋନ ବଦଳାଇଲେ ନିଜର ଲୁକ, ଫ୍ୟାନ୍ସ ଦେଖି ଦିୱାନା

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଖୁବଶୀଘ୍ର ଅଭିଭାବକ ହେବାକୁ ଯାଉଛନ୍ତି। ଦୀପିକା ୮ ମାସର ଗର୍ଭବତୀ ଅଟନ୍ତି। ଦୀପିକାଙ୍କ ମୁହଁରେ ଗର୍ଭବତୀର ଚମକ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସେହିପରି ଏହାରି ମଧ୍ୟରେ ଅଭିନେତ୍ରୀ ଡେଲିଭରୀ ପୂର୍ବରୁ ନିଜର ଲୁକ ପରିବର୍ତ୍ତନ କରିଛନ୍ତି। ସେ ନିଜର ହେୟାର ଷ୍ଟାଇଲ ଚେଞ୍ଜ କରିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ଫ୍ୟାନ୍ସ ଅଭିନେତ୍ରୀଙ୍କ ଏହି ଲୁକ ଦେଖି ଦିୱାନା ହୋଇଛନ୍ତି।

ଶୁକ୍ରବାର ଦିନ ଦୀପିକାଙ୍କ ହେୟାର ଷ୍ଟାଇଲିଷ୍ଟ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ହେୟାରକଟର ଏକ ରିଲ ସେୟାର କରିଥିଲେ। ଭିଡିଓରେ ଦୀପିକା ଲାଇଟ ଗୋଲଡେନ ହାଇଲାଇଟ୍ସ ସହ ନିଜର ଲାଟେଷ୍ଟ ହେୟାର ଷ୍ଟାଇଲକୁ ପ୍ଲାଣ୍ଟ କରିଥିବା ନଜର ଆସିଛନ୍ତି। ଏହି ସମୟରେ ଗର୍ଭବତୀ ଦୀପିକା ଏକ ଆଟ୍ରାକ୍ଟିଭ ୟେଲୋ ଏବଂ ହ୍ୱାଇଟ ଷ୍ଟ୍ରାଇପ ସାର୍ଟ ପିନ୍ଧିଛନ୍ତି। ମମ ଟୁ ବି ଏହି ସମୟରେ ନିଜ ସୁନ୍ଦର ରିଷ୍ଟ ୱାଚ୍ ବି ପିନ୍ଧିଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରିବା ସହ କ୍ୟାପସନରେ ଲେଖାଯାଇଛି ଯେ, ଅନଫରଗେଟେବଲ ହେୟାର, ଅନଫରଗେଟେବଲ ଆପଣ।

Get real time updates directly on you device, subscribe now.