fbpx

ଦେଖନ୍ତୁ ଫଟୋ: ୭ ଦିନ ମଧ୍ୟରେ ବେରଙ୍ଗ ହୋଇଗଲା କାଂସ୍ୟ ପଦକ! ପ୍ୟାରିସ ଅଲିମ୍ପିକ୍ସର ପଦକର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଫ୍ରାନ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସର୍ବବୃହତ କ୍ରୀଡ଼ା ଇଭେଣ୍ଟ । ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ବିଜୟ-ପରାଜିତର ଖବର ସାମ୍ନାକୁ ଆସିଛୁ । ବିଭିନ୍ନ ଦେଶର ଖେଳାଳିମାନେ ଭିନ୍ନ ଭିନ୍ନ ଇଭେଣ୍ଟରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତୁଛନ୍ତି । ଏହି ଇଭେଣ୍ଟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛନ୍ତି । ତେବେ ଅଜସ୍ର ଅର୍ଥ ବ୍ୟୟରେ ଆୟୋଜିତ ହେଉଥିବା ଏହି ଅଲିମ୍ପିକ୍ସର ଗୁଣବତ୍ତାକୁ ନେଇ ଏବେ ଉଠିଛି ଏକ ବଡ଼ ପ୍ରଶ୍ନ । ପାଖାପାଖି ୧ ସପ୍ତାହ ତଳେ ବ୍ରୋଞ୍ଜ ପଦକ ଜିତିଥିବା ଜଣେ ଖେଳାଳିଙ୍କର ପଦକର ରଙ୍ଗ ଏବେ ଉଡ଼ି ଯାଇଛି । ଏନେଇ ଆଥଲେଟ ଜଣଙ୍କ ସୋସିଆଲ ମିଡ଼ିଆରେ ଉକ୍ତ ରଙ୍ଗ ଭରା ପଦକର କିଛି ଫଟୋ ଶେୟାର କରିଛନ୍ତି ।

ଖବର ମୁତାବକ, ଗତ ମାସ ୩୦ ତାରିଖରେ ୨୯ ବର୍ଷୀୟ ଆମେରିକୀୟ ଆଥଲେଟ ସାଇଜାହ ହୁଷ୍ଟୋନ ପୁରୁଷ ଷ୍ଟ୍ରିଟ ସ୍କେଟବୋର୍ଡିଂରେ କାଂସ୍ୟ ପଦକ ହାସଲ କରିଥିଲେ । ତେବେ ମାତ୍ର ୯ ଦିନ ଭିତରେ ଉକ୍ତ ପଦରକୁ ରଙ୍ଗ ଉଡ଼ିଯିବା ସହ ତାହା ଖରାପ ହୋଇଯାଇଥିବା ଏବେ ହୁଷ୍ଟୋନ ଅଭିଯୋଗ ଆଣିଛନ୍ତି । ଏନେଇ ବିଶ୍ୱ ଚାମ୍ପିୟନଶିପ ଓ ଅନ୍ୟ ଇଭେଣ୍ଟରେ ୧୮ଟି ସ୍ୱର୍ଣ୍ଣ ପଦକ ଜିତିଥିବା ସ୍କେଟବୋର୍ଡର ଖରାପ ମେଡାଲର ଫଟୋ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ଅଲିମ୍ପିକ୍ସ ମେଡାଲ ନୂଆ ସମୟରେ ବହୁତ ଆକର୍ଷଣୀୟ ହୋଇଥାଏ, ମାତ୍ର କିଛି ସମୟ ପରେ ଝାଳ ସଂସ୍ପର୍ଶରେ ଆସିବା ପରେ, ତ୍ୱଚାରେ ରଖିବା ପରେ, ନିଜର ବନ୍ଧୁଙ୍କୁ ତାହାକୁ ଦେବା ପରେ ପଦକର କ୍ୱାଲିଟି ସାମ୍ନାକୁ ଆସିଥାଏ । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ସବୁ ଘଟିଛି । ତେଣୁ ଏହି ପଦକର କ୍ୱାଲିଟି ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.