fbpx

ରକ୍ଷାବନ୍ଧନରେ ଭିଜିବ ୫ ଜିଲ୍ଲା, ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ନେଇ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ରକ୍ଷାବନ୍ଧନ। ତେବେ ଆଜିର ଦିନରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ସମସ୍ତ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର। ତେବେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି। ଏଠାରେ ୭ରୁ ୧୧ ସେମି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ୨୧ ତାରିଖରୁ ବର୍ଷା ପ୍ରଭାବ କମିବା ନେଇ ପୂର୍ବାନୁମାନ କରାଯାଇଛି।

Get real time updates directly on you device, subscribe now.