fbpx

କେତେ ଟଙ୍କା ରୋଜଗାର କରନ୍ତି ଏଲଆଇସି ଏଜେଣ୍ଟ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ ଚଳିତ ଆର୍ଥିକ ବର୍ଷ ୨୦୨୪ର ଫଳାଫଳ ଘୋଷଣା କରିଛି। ଏଥିରେ କମ୍ପାନୀ ସୂଚନା ଦେଇଛି ଯେ, ତାଙ୍କୁ ୪୦ ହଜାର ୬୭୬ କୋଟି ଟଙ୍କାର ନେଟ ପ୍ରଫିଟ ହୋଇଛି। କମ୍ପାନୀର ଲାଭରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷ ଏହି ଲାଭ ୩୬ ହଜାର ୩୯୭ କୋଟି ଟଙ୍କା ଥିଲା। ହେଲେ ଅନ୍ୟପକ୍ଷରେ କମ୍ପାନୀକୁ ଲାଭ ପ୍ରଦାନ କରୁଥିବା ଏଜେଣ୍ଟଙ୍କ ଜୀବନ ଖରାପ ଚାଲିଛି।

ଏଲଆଇସି ଅର୍ଥ ମନ୍ତ୍ରାଳୟକୁ ସୂଚନା ଦେଇଛନ୍ତି ଯେ, ଏଲଆଇସି ଏଜେଣ୍ଟଙ୍କର ହାରାହାରି ମାସିକ ଆୟ ସବୁଠାରୁ ଅଧିକ ଆଣ୍ଡାମାନ ଏବଂ ନିକୋବରରେ ଅଛି। ଏଠାରେ ଏଜେଣ୍ଟଙ୍କୁ ଏଜେଣ୍ଟଙ୍କୁ ପ୍ରତି ମାସରେ ହାରାହାରି ୨୦ ହଜାର ୪୪୬ ଟଙ୍କା ଦରମା ଦିଆଯାଇଥାଏ। ଏଠାରେ ଏଲଆଇସିର ୨୭୩ ଏଜେଣ୍ଟ ଅଛନ୍ତି। ସେହିପରି ହାରାହାରି ସବୁଠାରୁ କମ ସରମା ହିମାଚଳ ପ୍ରଦେଶରେ ଦିଆଯାଉଛି। ଏଠାରେ ଏଲଆଇସି ଏଜେଣ୍ଟଙ୍କ ସଂଖ୍ୟା ୧୨ହଜାର ୭୩୧ ଏଜେଣ୍ଟ ଅଛନ୍ତି।

ଏଲଆଇସି ଦ୍ୱାରା ଜାରି ରିପୋର୍ଟ ମୁତାବକ, ଦେଶ ସାରା ଏଲଆଇସି ଏଜେଣ୍ଟଙ୍କ ସଂଖ୍ୟା ୧୩ ଲକ୍ଷ ୯୦ ହଜାର ୯୨୦ ଟଙ୍କା। ଏଥିରେ ସବୁଠାରୁ ଅଧିକ ସଂଖ୍ୟା ଉତ୍ତର ପ୍ରଦେଶର ଅଟେ। ଏଠାରେ ହାରାହାରି ୧ ଲକ୍ଷ ୮୪ ହଜାର ଏଲଆଇସି ଏଜେଣ୍ଟ କାମ କରୁଛନ୍ତି, ଯେଉଁମାନଙ୍କର ହାରାହାରି ଦରମା ୧୧ ହଜାର ୮୮୭ ଟଙ୍କା ଅଟେ। ଏହାପରେ ମହାରାଷ୍ଟ୍ରରେ ୧ ଲକ୍ଷ ୬୧ ହଜାର ଏଲଆଇସି ଏଜେଣ୍ଟ ଅଛନ୍ତି। ସେମାନଙ୍କର ହାରାହାରି ଆୟ ହେଉଛି ୧୪ହଜାର ୯୩୧ ଟଙ୍କା। ପଶ୍ଚିମବଙ୍ଗରେ ୧ ଲକ୍ଷ ୯୭୫ ଜଣ ଏଲଆଇସି ଏଜେଣ୍ଟ ଅଛନ୍ତି ଏବଂ ଏମାନଙ୍କର ହାରାହାରି ମାସିକ ଆୟ ହେଉଛି ୧୩ ହଜାର ୫୧୨ ଟଙ୍କା।

Get real time updates directly on you device, subscribe now.