fbpx

ଇ-କେୱାଇସି କରିନଥିଲେ କଟିଯିବ ରାସନ କାର୍ଡ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ରାସନ କାର୍ଡ ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବେ ବୋଲି ମାସେ ହେବ ଅପେକ୍ଷା କରିଛନ୍ତି। ଏହି ହିତାଧିକାରୀମାନେ କେବେ ସୁଦ୍ଧା ରାସନକାର୍ଡ ପାଇବେ ବୋଲି କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ।

ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ କହିଥିଲେ ଯେ, ରାସନ କାର୍ଡ ପାଇଁ ଇ-କେୱାଇସିର ନିର୍ଦ୍ଦିଷ୍ଟ ସମୟ ସୀମା ରହିବା ବାଧ୍ୟତାମୂଳକ ନୁହେଁ। ଇ-କେୱାଇସି କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର। ନୂଆ ଆବେଦନକାରୀ ଇ-କେୱାଇସି କରିନଥିଲେ ସେମାନଙ୍କୁ ରାସନ କାର୍ଡ ମିଳିବ ନାହିଁ।

ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ମାଧ୍ୟମରେ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ରାସନ ମଧ୍ୟରେ ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା ଅନ୍ତର୍ଭୁକ୍ତ।

Get real time updates directly on you device, subscribe now.