fbpx

କେଜରିୱାଲଙ୍କ ଜାମିନ ଆବେଦନ: ମଙ୍ଗଳବାରକୁ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ମଦ ଦୁର୍ନୀତି ଘଟଣାରେ ସିବିଆଇ ଗିରଫଦାରୀରେ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିବାକୁ ଦୀର୍ଘ ସମୟ ଧରି ଓକିଲ ଅଭିଷେକ ମନୁ ସିଂଘବି କୋର୍ଟଙ୍କ ନିକଟରେ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ । ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି ରାୟ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଉଜ୍ଜଳ ଭୂୟାଁ ମାମଲାର ଶୁଣାଣି କରିଥିଲେ । ସିଂଘବି କୋର୍ଟଙ୍କୁ ଜଣାଇଥିଲେ କି, ଏହି ଏଫଆଇଆରର ୮ ମାସ ପରେ କେଜରିଓା୍ୱଲଙ୍କୁ ପଚରା ଉଚରା ପାଇଁ ଡକା ଯାଇଛି । ପିଏମଏଲଏ ଅନ୍ତର୍ଗତ ଦ୍ୱିପାକ୍ଷିକ ସର୍ତ୍ତର ବ୍ୟବସ୍ଥା ରହିଛି । ଏପରି କଠୋର ନିୟମ ସତ୍ତେ୍ୱ ଆମ ସପକ୍ଷରେ ଦୁଇଟି ନିଷ୍ପତ୍ତି ରହିଛି ।
ଆଗକୁ ସିଂଘବି କୋର୍ଟକୁ କହିଥିଲେ, ଚଳିତ ବର୍ଷ ମାର୍ଚ୍ଚରେ ଖାଲି ସିବିଆଇ ନୁହେଁ, କେଜରିଓା୍ୱଲଙ୍କୁ ଇଡି ଗିରଫ କରିଥିଲା । ଏହି ମାମଲାରେ ସିବିଆଇ ଦୁଇ ବର୍ଷ ପରେ କେଜରିଓା୍ୱଲଙ୍କୁ ଗିରଫ କରିଛି । ତେବେ ଏମିତି କେଶରେ ପିଏମଏଲଏର ସେମିତି କୌଣସି ବ୍ୟବସ୍ଥା ନାହିଁ ।
ଏଥିସହ ସିଂଘବି ଆଗକୁ କହିଛନ୍ତି କି, ଇଡି ଗିରଫଦାରୀ ଉପରେ ସୁପ୍ରିମ କୋର୍ଟ ମଧ୍ୟ ସମାଲୋଚନା କରିଥିଲେ । ସେତେବେଳେ କୋର୍ଟ କହିଥିଲେ, ଗିରଫଦାରୀ ଅଧିକାରୀଙ୍କ ମନମୁଖୀ ଭାବେ ହୋଇପାରିବ ନାହିଁ । ଆହୁରି ଯାଞ୍ଚ ଉଦ୍ଦେଶ୍ୟରେ ମଧ୍ୟ ଗିରଫଦାରୀକୁ ନାପସନ୍ଦ କରିଥିଲେ କୋର୍ଟ । ତେଣୁ ଅଭିଷେକ ମନୁ ସିଂଘବି କୋର୍ଟଙ୍କୁ କେଜରିଓା୍ୱଲଙ୍କୁ ଜାମିନ ଦେବାକୁ ଅନୁରୋଧ କରିଛନ୍ତି ।
ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିବା ସହ ଆଗାମୀ ମଙ୍ଗଳବାର ମାମଲାର ଶୁଣାଣି କରିବାକୁ କହିଛନ୍ତି ।

Get real time updates directly on you device, subscribe now.