fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୬ ଲକ୍ଷକୁ ବୃଦ୍ଧି ପାଇଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଣିକି ଦୁର୍ଘଟଣାଜନିତ ମୃତୁ୍ୟରେ ଶ୍ରମିକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ । ପୂର୍ବରୁ ଏହା ୪ ଲକ୍ଷ ଟଙ୍କା ଥିଲା । ସେହିପରି ସ୍ୱାଭାବିକ ମୃତୁ୍ୟ ହେଲେ ୨ ଲକ୍ଷ ପରିବର୍ତ୍ତେ ମିଳିବ ୩ ଲକ୍ଷ ଟଙ୍କା । ଏନେଇ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.