fbpx

(Video) କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ବିଧାୟିକା ରିଭାବା ଜାଡେଜା ଗଣେଶ ପେଣ୍ଡାଲରେ ତିଆରି କଲେ ଲଡ୍ଡୁ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ଦେଶରେ ଗଣେଶ ଉତ୍ସବ ଖୁବ ଧୁମଧାମର ସହ ପାଳନ କରାଯାଉଛି ଏବଂ ପେଣ୍ଡାଲରେ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଗୁଜରାଟରୁବିଜେପି ବିଧାୟକ ରିଭାବା ଜାଡେଜାଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ନିର୍ବାଚନ ମଣ୍ଡଳୀ ଜାମନଗର ଉତ୍ତରରେ ଭଗବାନ ଗଣେଶଙ୍କ ପେଣ୍ଡାଲରେ ଲଡ୍ଡୁ କରୁଥିବା ନଜର ଆସିଛନ୍ତି। ରିଭାବା ଜାଡେଜା ହେଉଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ।

ରିଭାବା କହିଛନ୍ତି ଯେ, ସାରା ଦେଶରେ ଗଣେଶ ମହୋତ୍ସବର ଆୟୋଜନ ଏବଂ ଉତ୍ସାହ ପାଳନ କରାଯାଉଛି। ଏଠାରେ ଭଗବାନ ଗଣେଶଙ୍କୁ ୪ ହଜାର ଲଡ୍ଡୁର ଭୋଗ ଲଗାଯାଏ ଏବଂ ଏଥିପାଇଁ ଆମର ୫୦ରୁ ଅଧିକ ଭଉଣୀମାନେ କାମ କରୁଛନ୍ତି। ମୁଁ ସମସ୍ତଙ୍କୁ ନିଜର ଶୁଭକାମନା ଜଣାଉଛି। ଏହି ଅବସରରେ ଆୟୋଜକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।

ଖବର ଆସିଥିଲା ଯେ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟି-୨୦ ୱାଲର୍ଡ କପ ୨୦୨୪ ପରେ ଅବସର ନେବା ପାଇଁ ଘୋଷଣା କରିଥିଲେ ଏବଂ ନିଜ ପତ୍ନୀ ରିଭାବାଙ୍କ ସହ ମିଶି ନୂଆ ଅଧ୍ୟାୟ ଆରମ୍ଭ କରିବାର ପ୍ଲାନ କରିଥିଲେ। ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ସ୍ତ୍ରୀଙ୍କ ପରି ରାଜନୀତିରେ ପାଦ ଥାପିବାକୁ ଚାହୁଁଛନ୍ତି ଏବଂ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରିଭାବା ଜାଡେଜା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଥିଲେ।

Get real time updates directly on you device, subscribe now.