fbpx

World Gynaec Onco Day; ସ୍ପର୍ଶ ହସ୍ପିଟାଲ୍ ଗ୍ରୁପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଗାଇନୋକୋଲୋଜିକାଲ୍ କ୍ୟାନସର ବିଷୟରେ ସଚେତନ ସୃଷ୍ଟି କରିବା ପାଇଁ ସ୍ପର୍ଶ ହସ୍ପିଟାଲ୍ ଗ୍ରୁପ ଏକ ନିଆରା ପ୍ରୟାସ ଜାରି ରଖିଛି । ଆଜି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଅଙ୍କୋ ଗାଇନିକ୍ ଦିବସ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡ଼ା. ଦିପକ ରାଉତରାୟ ଗର୍ଭାଶୟ ରୋଗକୁ ଆରମ୍ଭ ହେବା ପୂର୍ବରୁ କିପରି ପ୍ରତିରୋଧ କରାଯାଇପାରିବ ସେ ବିଷୟରେ ନିଜର ଉପସ୍ଥାପନା କରିଥିଲେ ।

ସ୍ପର୍ଶ ଗ୍ରୁପ ଅଫ୍ ହସ୍ପିଟାଲର ବିଶିଷ୍ଟ କର୍କଟ ବିଶେଷଜ୍ଞ ତଥା ଉପ ନିର୍ଦ୍ଦେଶକ ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ କ୍ୟାନସର ରୋଗୀର ନୈତିକତା ସମସ୍ୟାକୁ ନେଇ ନିଜର ମତ ପୋଷଣ କରିଥିଲେ, ଉନ୍ନତ ଲାପାରୋସ୍କୋପିକ୍ ଏବଂ ବାରିଆଟ୍ରିକ୍ ଶଲ୍ୟ ବିଶେଷଜ୍ଞ ଡା. ମାଧୁରୀ ପଟ୍ଟନାୟକ ଗର୍ଭାଶୟ ସିଷ୍ଟ ରୋଗ ନିର୍ଣ୍ଣୟ ଉପରେ ଆଲୋଚନା କରିଥିଲେ, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ଡା. ମୃଣାଳକାନ୍ତି ଦାଶ ସ୍ତ୍ରୀ କର୍କଟ ସମସ୍ୟାର ଭବିଷ୍ୟତ ଉପରେ ନିଜର ମତ ବ୍ୟକ୍ତ କରିଥିଲେ, ପାଥୋଲୋଜି ବିଶେଷଜ୍ଞ ଡା. ଶୁତାପା ବିଶ୍ୱାସ ରୋଗ ନିରାକରଣ କରିବାର ପୂର୍ବ ସମସ୍ୟା ଗୁଡ଼ିକୁ ଅନୁସରଣ କରି କିପରି ନିରାକରଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ୟୁରୋପୀୟ ସୋସାଇଟି ଅଫ୍ ଉମେନ୍ସ କ୍ୟାନସର ଡିଜିଜ୍ ଏବଂ ୟୁରୋପୀୟ ନେଟ୍ୱାର୍କ ଅଫ୍ ଉମେନ୍ସ କ୍ୟାନସର ଡିଜିଜ୍ ଅନୁଷ୍ଠାନ ସେପ୍ଟେମ୍ବର ୨୦୨୦ରେ ଏହି ଅଭିଯାନ ଆରମ୍ଭ କରିଥିଲେ । ଏହି ଦିନ ବିଭିନ୍ନ ପ୍ରକାର ସ୍ତ୍ରୀ ରୋଗ ସମ୍ବନ୍ଧୀୟ କ୍ୟାନସର ଯଥା– ଓଭାରିଆନ୍ କ୍ୟାନସର, ଗର୍ଭାଶୟ କର୍କଟ, ଭଲଭର କ୍ୟାନସର ବିଷୟରେ ସଚେତନ ସୃଷ୍ଟି କରାଇବା ଏହାର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ବିଭିନ୍ନ ବିଭାଗର ପ୍ରାୟ ୮୦ରୁ ଉର୍ଦ୍ଧ ଡାକ୍ତର ଏବଂ ୨୦୦ରୁ ଅଧିକ ରୋଗୀ, ରୋଗୀଙ୍କର ସମ୍ପର୍କୀୟ ଓ ହସ୍ପିଟାଲର କର୍ମଚାରୀ ଯୋଗଦାନ କରିଥିଲେ ।

Get real time updates directly on you device, subscribe now.