fbpx

ଯେଉଁଠି ଖାଇବା ମିଳିଲା ଖାଇଦେଲି, ଯେଉଁଠି ଶୋଇବାକୁ ମିଳିଲା ସେଠାରେ..’, ରାଜନୀତିକୁ କିପରି ଆସିଲେ ଆମେରିକାରେ କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ନ୍ୟୁୟର୍କରେ ରବିବାର ଦିନ ଭାରତୀୟ ପ୍ରବାସୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜନୀତି କ୍ୟାରିୟରରେ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ମୋ ଭାଗ୍ୟ ମୋତେ ରାଜନୀତିରେ ପହଞ୍ଚାଇଦେଇଛି। ମୁଁ କେବେ ଭାବି ନଥିଲି ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି। ପ୍ରଧାନମନ୍ତ୍ରୀ ମୋଦୀ ମୋ ଜୀବନର ଏକ ଏପରି ଅଂଶ, ଯାହା ପାଇଁ ମୁଁ ଅନେକ ବର୍ଷ ଦେଶରେ ବୁଲିବାକୁ ପଡିଛି। ଏହି ସମୟରେ ମୋତେ ଯେଉଁଠି ଖାଇବାକୁ ମିଳିଲା, ମୁଁ ଖାଇଲି ଏବଂ ଯେଉଁଠାରେ ମୋତେ ଶୋଇବାକୁ ମିଳିଲା ସେଠାରେ ମୁଁ ଶୋଇଛି।

ପିଏମ ମୋଦୀ କହିଛନ୍ତି ଯେ, ଏହା ମଧ୍ୟ ଏକ ମୁହୂର୍ତ୍ତ ଥିଲା, ଯେତେବେଳେ ମୁଁ କିଛି ନିଷ୍ପତ୍ତି ନେଇଥିଲି, ହେଲେ ଭାଗ୍ୟ ମୋତେ ରାଜନୀତିରେ ପହଞ୍ଚାଇଦେଇଥିଲା। ମୁଁ କେବେ ଭାବିନଥିଲି ମୁଁ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀ ହେବି, ଯେବେ ହେଲି ସେହି ପଦରେ ମୁଁ ବହୁତ ଦିନ ରହିଲି। ସେ ୧୩ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଭାବେ ରହିଛି, ତା’ପରେ ପ୍ରଧାନମନ୍ତ୍ରୀ ହେଲି। ଦେଶର ଜନତା ବହୁତ ଭରଷା ସହ ମୋତେ ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି। ମୁଁ ତିନି ଗୁଣା ଦାୟିତ୍ୱ ସହ ଆଗକୁ ବଢୁଛି।

ସେ ଆହୁରି କହିଛନ୍ତି ଯେ, ଭାରତ ଦୁନିଆର ସବୁଠୁ ଯୁବ ଦେଶ, ଭାରତ ଏନର୍ଜୀ ଏବଂ ସ୍ୱପ୍ନ ସହ ଭରିରହିଛି। ପ୍ରତିଦିନ ଭାରତ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ପ୍ରତିଦିନ ନୂଆ ଖବର ମିଳୁଛି, ଅଲିମ୍ପିକ୍ସରେ ଭାରତକୁ ଗୋଲ୍ଡ ମିଳିଛି। ଏହା ହାରାହାରି ଦଶ ବର୍ଷରେ କୋଟି କୋଟି ଲୋକଙ୍କୁ ଭାରତରେ ବିଜୁଳି କନେକ୍ସନ ମିଳିଛି, କୋଟି କୋଟି ଶୌଚାଳୟ ନିର୍ମାଣ କରାଯାଇଛି।

Get real time updates directly on you device, subscribe now.