fbpx

କଟିଯିବ ଆପଣଙ୍କ ରାସନ କାର୍ଡ! ତୁରନ୍ତ କରାଇ ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ : ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ବଡ ଘୋଷଣା କରିଛନ୍ତି ସରକାର । ରାସନ କାର୍ଡ ଉପଭୋକ୍ତାଙ୍କ ନାଁ କାଟି ଦିଆଯିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି । ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନକାର୍ଡ ହାତେଇଛନ୍ତି ।

 

ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ ନଚେତ୍ ରାସନ କାର୍ଡରୁ ନାଁ କାଟି ଦିଆଯିବ । ମାଗଣାରେ ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ।

ରାସନ କାର୍ଡ ହିତାଧିକାରୀ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡିବ । ଯାହା ଫଳରେ ଆପଣ ପୂର୍ବଭଳି ମାଗଣା ରାସନ ପାଇପାରିବେ । ଆଉ ସରକାରୀ ସୁବିଧା ପୂର୍ବଭଳି ପାଇବାକୁ ସକ୍ଷମ ହେବେ । ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ । ତେବେ କେଉଁ କାମ କରିବାକୁ ପଡିବ? ଜାଣନ୍ତୁ…

ରାସନ କାର୍ଡ ଧାରକ ତୁରନ୍ତ E-KYC କରାଇବାକୁ ପଡିବ । ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ପ୍ରକୃତ ହିତାଧିକାରୀ କେଉଁମାନେ ଏବଂ କେଉଁମାନେ ସରକାରଙ୍କ ସୁବିଧା ପାଇବାକୁ ଯୋଗ୍ୟ ତାହା ଜଣାପଡିଯିବ ।

ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଇ-KYC କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ । ଯଦି E-KYC କରା ନ ଯାଏ ତେବେ ରାସନ କାର୍ଡରୁ ନାଁ କାଟିଦିଆଯିବ । ଯାହା ଫଳରେ ଭୂତ ରାସନକାର୍ଡ ଧାରୀ ଏବଂ ଧନୀକ ଶ୍ରେଣୀର ଲୋକେ ରାସନ କାର୍ଡ ହାତେଇଥିଲେ ତାହା କାଟିଦିଆଯିବ । ଯେଉଁମାନେ EKYC କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ଅକ୍ଟୋବର ମାସରୁ କାଟିଦିଆଯିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ ।

ଏହା ସହିତ, ରାସନ ମଧ୍ୟ ଉପଲବ୍ଧ ହେବ ନାହିଁ । ରାସନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କର E- KYC ବାଧ୍ୟତାମୂକଳ ଥିବାରୁ ଏଭଳି ଘୋଷଣା କରାଯାଇଛି । ରାସନ କାର୍ଡରେ E-Kyc କରିବା ବାଧ୍ୟତା ମୂଳକ ହୋଇଥିବା ବେଳେ ତାହାକୁ ଅନେକ ଅଣଦେଖା କରିଦିଅନ୍ତି । ଯାହା ଫଳରେ ସରକାରୀ ସୁବିଧା ମିଳିବା ବନ୍ଦ ହୋଇଯାଏ । ରାସନରେ ମିଳୁଥିବା ସାମଗ୍ରୀ ଯେପରିକି ଚାଉଳ, ଗହମ ଆଦି ବନ୍ଦ କରିଦିଆଯାଏ ।

ଯଦି ରାସନ୍ କାର୍ଡ ଧାରକ ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ E-KYC ନକରନ୍ତି, ତେବେ ସେମାନେ ମାଗଣା ଚାଉଳ କିମ୍ବା ଗହମ ପାଇବେ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଜ କାର୍ଡର EKyc କରିପାରିବେ । ଯାହା ଫଳରେ ଆଉ ରାସନ କାର୍ଡ କଟିବାର ଭୟ ରହିବ ନାହିଁ ।

ତେବେ କାହିଁକି ରାସନ କାର୍ଡରେ E-KYC ବାଧ୍ୟତାମୂଳକ? ରାସନ କାର୍ଡରେ E-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି କିମ୍ବା ଯେଉଁମାନଙ୍କର ଏକରୁ ଅଧିକ ରାସନ କାର୍ଡ ଅଛି କିମ୍ବା ଜୀବିତ ନାହାନ୍ତି ତଥାପି କାର୍ଡରେ ନାଁ ଅଛି ସେମାନଙ୍କୁ ବାହାର କରିବା ।

ରାସନ କାର୍ଡ EKYC ସମୟରେ, ନାଁ ଯୋଡିବା କିମ୍ବା ନାଁ କାଟିବା ତଥା ସଂଶୋଧନ କରିବା ଭଳି କାର୍ଯ୍ୟ କରିହେବ । ଫଳରେ ରାସନ ମିଳିବା ସମୟରେ କୌଣସି ସମସ୍ୟା ରହିବ ନାହିଁ ।

ଯଦି ଆପଣ ମଧ୍ୟ ଆପଣଙ୍କର eKYC ର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମୋବାଇଲ ନମ୍ବର ଥିବା ଆବଶ୍ୟକ । କେବଳ ମୋବାଇଲ ନମ୍ବର ନୁହେଁ, ମୋବାଇଲ ନମ୍ବର ନିଜ ନାଁ ରେ ମଧ୍ୟ ରହିଥିବା ଆବଶ୍ୟକ । କାରଣ ପଞ୍ଜିକୃତ ମୋବାଇଲ ନମ୍ବର ବିନା E-KYC ହୋଇପାରିବ ନାହିଁ ।

Get real time updates directly on you device, subscribe now.