fbpx

ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଇବାକୁ ଆଉ ଆସିବାକୁ ହେବନି ଭୁବନେଶ୍ୱର, ଜିଲ୍ଲାରେ ଶୁଣିବେ…

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ନିଜ ନିଜ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବାକୁ ଆଉ ରାଜଧାନୀକୁ ଖର୍ଚ୍ଚାନ୍ତ ହୋଇ ଆସିବାକୁ ପଡିବନାହିଁ । ମୁଖ୍ୟମନ୍ତ୍ରୀ ଯିବେ ଲୋକଙ୍କ ପାଖକୁ । ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ କରିବେ ଜଣଶୁଣାଣି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଭାବେ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରରୁ ବନ୍ଦ ପଡିଥିବା ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କାର୍ଯ୍ୟକ୍ଷମ କରିଛନ୍ତି । ନିଜେ ବସିବା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ସଚିବାଙ୍କୁ ବସାଇ ଲୋକଙ୍କର ଅଭିଯୋଗକୁ ଘଣ୍ଟା ଘଣ୍ଟା ଶୁଣୁଛନ୍ତି । ଅନେକର ଆଶୁ ସମାଧାନ କରିବା ସହ ଅନେକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଦେଉଛନ୍ତି ନିର୍ଦ୍ଦେଶ । ଯାହାକୁ ଲୋକଙ୍କ ମଧ୍ୟରେ ମୋହନ ମାଝୀଙ୍କ ଜନପ୍ରିୟତା ବୃଦ୍ଧି ପାଉଛି । ତେଣୁ ତାଙ୍କୁ ଜନନେତା ବୋଲି ମଧ୍ୟ କୁହାଗଲାଣି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରୋକୋଷ୍ଠକୁ ଆସି ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି । ହୁଏତା ଏହାକୁ ହୃଦୟଜ୍ଞମ କରି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରକୋଷ୍ଠ ଜିଲ୍ଲାବାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ଲୋକେ ନିଜ ଅଭିଯୋଗ କରିପାରିବେ । ଯେତେବେଳେ ମୁଖ୍ୟମନ୍ତ୍ରୀ କୌଣସି ଜିଲ୍ଲା ଗସ୍ତ କରିବେ, ସେହି ସମୟରେ ଲୋକଙ୍କ ଅଭିଯୋଗ ଶୁଣିବେ । ଏମିତି କରିବା ଦ୍ୱାରା ସେମିତି ଜରୁରୀ ନ ଥିବା ଅଭିଯୋଗ ପାଇଁ ଲୋକେ ଭୁବନେଶ୍ୱର ଆସି ଖର୍ଚ୍ଚାନ୍ତ ହେବେ ନାହିଁ ।

ମୁଖ୍ୟମନ୍ତ୍ରୀ ନିୟମିତ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବାରୁ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ । ଏହା ଉଭୟ ସରକାର ଓ ଲୋକଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.