fbpx

ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ତେବେ କମିଟି ଅଛି କି ନାହିଁ, ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ୭ ଦିନ ଭିତରେ ଆଇସିସି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସବୁ ନିର୍ଦ୍ଦେଶ ୧୬ଟି ବିଶ୍ୱବିଦ୍ୟାଳୟ, ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩୦ ସୁଦ୍ଧା ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ବାଣୀବିହାର ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ। ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି। ରାଜ୍ୟର ସବୁ ସରକାରୀ ଓ ବେସରକାରୀ ବିଶ୍ଵବିଦ୍ୟାଳୟ ଏବଂ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ବିଶ୍ଵବିଦ୍ୟାଳୟ ର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗ କୁ ଆଇସିସି (Interal Complain Committee)ନେଇ ଜଣାଇବେ।

ବିଶ୍ୱ ବିଦ୍ୟାଳୟ ଓ ସବୁ କଲେଜରେ ଆକ୍ଟିଭ ଭାବେ କ୍ରିୟାନ୍ଵୟନ ହେବ ଇଣ୍ଟରନାଲ କମ୍ପ୍ଲେନ କମିଟି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ, ବିଶ୍ୱ ବିଦ୍ୟାଳୟରେ କମିଟି ଗଠନ ହେବ। ଯେଉଁଠି ପୂର୍ବରୁ କମିଟି ଅଛି ତାହା ସକ୍ରିୟ ଭାବେ କାମ କରିବାକୁ ନିର୍ଦେଶ ରହିଛି। କେବଳ ଅଧ୍ୟାପକ, ଅଧ୍ୟାପିକା ନୁହେଁ ଛାତ୍ର ଛାତ୍ରୀ ଅନ୍ୟ କର୍ମଚାରୀ ମଧ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପାଖେ କହିପାରିବେ। ଯାହା ଭବିଷ୍ୟତ ପାଇଁ ରେକର୍ଡ ହୋଇ ରହିବ। କେହି ଥାନା , ସରକାର ଙ୍କ ବିଭାଗ ନ ଜାଣି କେହି ଯଦି ଅଭିଯୋଗ କରୁଛି ତେବେ ତାହା ହୁଏତ ବିଳମ୍ବ ହେଉଛି ତେଣୁ ବିଭାଗ ଆଗ ଜାଣିଲେ ତାହା ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସ୍ପର୍ଶକାତର ଘଟଣା କମିବ। ଯେଉଁ ଘଟଣା ଲୁଚି ଯାଉଥିଲା ସେ ସବୁ ଉପରେ ଛାତ୍ର ଛାତ୍ରୀ ନିର୍ଭୟରେ କମିଟିରେ କହିପାରିବେ।

Get real time updates directly on you device, subscribe now.