fbpx

ଶୁଣାଣି କାଳରେ ଏମିତି ଏକ ଶବ୍ଦ କହିଲେ ଯାଚିକାକର୍ତ୍ତା କି ଭଡକି ଗଲେ ସିଜେଆଇ

ନୂଆଦିଲ୍ଲୀ: ଏକ ଯାଚିକାର ଶୁଣାଣି କାଳରେ ହଠାତ୍ ରାଗିଗଲେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ତାଙ୍କୁ ଆବେଦନକାରୀଙ୍କ ଗୋଟିଏ ଶବ୍ଦ ଏମିତି ଅତିଷ୍ଟ କଲା କି ହୋଇଉଠିଲେ ଅତିଷ୍ଠ । ସଙ୍ଗେ ସଙ୍ଗେ ଉତ୍କ୍ଷିପ୍ତ ହୋଇ କହିଦେଲେ କି ଏ କୌଣସି କଫି ସପ ନୁହେଁ । ଯାହାକୁନେଇ ଆବେଦନକାରୀ ନିଜ ଶବ୍ଦରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଥିଲେ । ତା ପରେ ଯାଇ ଶୁଣାଣି ଆଗକୁ ବଢିଥିଲା । ତେବେ ଏମିତି କଣ ହେଇଥିଲା କୋର୍ଟରେ ।

ସୋମବାର ଦିନ ଏକ ରିଟ ପିଟିସନ ଉପରେ ହେଉଥିଲା ଶୁଣାଣି । ଶୁଣାଣି କାଳରେ ସିଜେଆଇ ପ୍ରଶ୍ନ କରିଥିଲେ କି, ଏହି ମାମଲାରେ ଧାରା ୩୨ ଉଚିତ କି ନାହିଁ । କାରଣ ଯାଚିକା ଜରିଆରେ ମୌଳିକ ଅଧିକାରର ଉଲ୍ଳଙ୍ଗନ ଉପରେ ସିଧା ଅପିଲ କରାଯାଇପାରିଥାନ୍ତା । କଣ ଏହା ଆର୍ଟିକିଲ ୩୨ ଯାଚିକା? ଜଣେ ବିଚାରପତିଙ୍କୁ ପ୍ରତିପକ୍ଷ କରି ଆପଣ କେମିତି ପିଆଇଏଲ ଦାଖଲ କରିପାରିବେ?

ଯାହାର ଉତ୍ତର ଦେଇ ଆବେଦନକାରୀ କହିଥିଲେ ୟାହ ବା ହଁ । ହଁ ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗାଇ । ମତେ ରିଟ ପିଟିସନ ଦାଖଲ କରିବାକୁ କୁହାଯାଇଥିଲା । ଯାଚିକାକର୍ତ୍ତାଙ୍କ ଏହି ୟାହ ଶବ୍ଦ ଶୁଣି ରାଗିଯାଇଥିଲେ ସିଜେଆଇ । ସେ ସ୍ୱର ଉଚ୍ଚକରି ଯାଚିକା କର୍ତ୍ତାଙ୍କୁ ତାଗିଦ କରିଥିଲେ କି, ୟାହ, ୟାହ କୁହନ୍ତୁ ନାହିଁ । ହଁ ବୋଲି କହିବାକୁ ସିଜେଆଇ ତାଙ୍କୁ ପରାମର୍ଶ ଦେଇଥିଲେ ।

ଆଗକୁ ସିଜେଆଇ କହିଥିଲେ, ଜଷ୍ଟିସ ଗୋଗାଇ ଏହି କୋର୍ଟର ପୂର୍ବ ମୁଖ୍ୟ ବିଚାରପତି । ଆପଣ ଏମିତି ଜଣେ ବିଚାରପତିଙ୍କ ବିରୋଧରେ ଏମିତି ଯାଚିକା ଦାଖଲ କରିପାରିବେ ନାହିଁ । ଆଉ ପ୍ରଥମ ବେଞ୍ଚରେ ବିଫଳ ହେବା ପରେ ଏମିତି ହାଉସ ଯାଞ୍ଚ ପାଇଁ ଦାବି କରିପାରିବେ ନାହିଁ ।

Get real time updates directly on you device, subscribe now.