fbpx

ହିଜବୁଲ୍ଲାହର ହେଡ କ୍ୱାର୍ଟର ସମେତ ୧୫୦ ସ୍ଥାନରେ ଇସ୍ରାଏଲର ବଡ଼ ଆକ୍ରମଣ, ଅନେକ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ହିଜବୁଲ୍ଲାହର ଅନେକସ୍ଥାନରେ ବଡ଼ ଆକ୍ରମଣ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସେଜର ଟାର୍ଗେଟ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲାର ହେଡ କ୍ୱାର୍ଟର, ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଏବଂ ରକେଟ ଲଞ୍ଚର୍ ସମେତ ୧୫୦ରୁ ଅଧିକ ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ ପାଇଯାଇଛି। ଏହାରି ମଧ୍ୟରେ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ସାମ୍ନାକୁ ଆସିନାହିଁ। ଇସ୍ରାଏଲ ହିଜବୁଲ୍ଲା ଉପରେ ଆଜି ଏହି ଆକ୍ରମଣ ୧ ଅକ୍ଟୋବରରେ ତେଲ ଅବୀବ ଉପରେ ଇରାନର ଆକ୍ରମଣ ପରେ କରିଛି। ଇସ୍ରାଏଲ ବର୍ତ୍ତମାନ ଇରାନ ଉପରେ ମଧ୍ୟ କାଉଁଣ୍ଟର ଆଟାକ କରିବାକୁ ଶପଥ ନେଇଛି।

ଇସ୍ରାଏଲ ସେନା କହିଛନ୍ତି ଯେ, ଆଇଏଏଫର ସହଯୋଗରେ ଆମର ସୈନିକ ସଠିକ-ମାର୍ଗଦର୍ଶନ ଏବଂ କାର୍ଯ୍ୟକଳାପ ମାଧ୍ୟମରେ ସୀମା ପାଖରେ ଆତଙ୍କବାଦୀମାନଙ୍କୁ ସଫା କରିଦେଇଛନ୍ତି ଏବଂ ହିଜବୁଲ୍ଲାହର ଭିତ୍ତିଭୂମିକୁ ନଷ୍ଟ କରିଦେଇଛନ୍ତି। ଇସ୍ରାଏଲ ସେନା କହିଛନ୍ତି ଯେ, ହିଜବୁଲ୍ଲାର ହେଡକ୍ୱାର୍ଟର ସମେତ ସେମାନଙ୍କର ଅନ୍ୟ ଭିତ୍ତିଭୂମି ଢାଞ୍ଚାକୁ ନଷ୍ଟ କରିଦିଆଯାଇଛି।

Get real time updates directly on you device, subscribe now.