fbpx

ଗାନ୍ଧୀ ଜୟନ୍ତୀ ଛୁଟିରେ ‘ଦେୱରା’ର ଲାଗିଲା ଲଟେରୀ, ଏତିକି କୋଟି ପାର କରି ଭାଙ୍ଗିଲା KGF 2ର ରେକର୍ଡ

ନୂଆଦିଲ୍ଲୀ: ଜୁନିୟର ଏନଟିଆର ‘ଦେୱରା ପାର୍ଟ ୧’ ସହ ରୂପେଲି ପରଦା ପରେ ସୋଲୋ ହିରୋ ଭାବେ କମବ୍ୟାକ କରିଛନ୍ତି। ଏହି ଫିଲ୍ମ ସହ ଜାନଭି କପୁର ଏବଂ ସୈଫ ଅଲୀ ଖାନ ମଧ୍ୟ ତେଲୁଗୁରେ ଡେବ୍ୟୁ କରିଛନ୍ତି, ଯେଉଁଥିରେ ଫିଲ୍ମର ଚର୍ଚ୍ଚା ଆହୁରି ବଢିଯାଇଛି। ତେଲୁଗୁ ନିର୍ଦ୍ଦେଶକ କୋରାତାଲା ଶିବା ଦ୍ୱାରା ନିର୍ଦ୍ଦେଶିତ, ଏହି ଚଳଚ୍ଚିତ୍ରର ବମ୍ପର ଓପେନିଙ୍ଗ ହୋଇଥିଲା। ଏହାପରେ ବକ୍ସ ଅଫିସରେ ଫିଲ୍ମର ରୋଜଗାର ହ୍ରାସ-ବୃଦ୍ଧି ଜାରି ରହିଛି। ଆସନ୍ତୁ ଏଠାରେ ଜାଣିବା ଏହି ଫିଲ୍ମ ରିଲିଜର ୬ଷ୍ଠ ଦିନ ଅର୍ଥାତ ପ୍ରଥମ ବୁଧବାର ଦିନ କେତେ ରୋଜଗାର କରିଥିଲା।

‘ଦେୱରା ପାର୍ଟ ୧’ ରିଲିଜ ହେବା ପରେ ହିଁ ବକ୍ସ ଅଫିସରେ ଧମାଲ ଦେଖାଦେଇଛି। ଫିଲ୍ମକୁ କ୍ରିଟିକ୍ସ ଏବଂ ଅଡିଏନ୍ସଙ୍କଠାରୁ ମିକ୍ସ ରିଭ୍ୟୁ ମିଳିଥିଲା। ‘ଦେୱରା ପାର୍ଟ ୧’ ୮୨.୫ କୋଟିରେ ପ୍ରଥମ ଦିନର କଲେକ୍ସନ ସହ ବିଜୟ ଥାଲାପତିଙ୍କ GOAT କୁ ପଛରେ ପକାଇଥିଲା। ଓପନିଙ୍ଗ ଡେ ପରେ ଫିଲ୍ମର ରୋଜଗାରରେ ହ୍ରାସ ଦେଖାଯିବା ସହ ଭଲ କଲେକ୍ସନ କରୁଛି। ସେହିପରି ୨ ଅକ୍ଟୋବରରେ ଗାନ୍ଧୀ ଜୟନ୍ତିର ଛୁଟି ଅବସରରେ ଫିଲ୍ମର ରୋଜଗାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଏହା ଜବରଦସ୍ତ ରୋଜଗାର କରିଛି।

‘ଦେୱରା ପାର୍ଟ ୧’ ରିଲିଜର ୬ ଦିନରେ ୨୦ କୋଟିରୁ ଅଧିକ କଲେକ୍ସନ ସହ ‘କେଜିଏଫ ୨’ର ଷଷ୍ଠ ଦିନର ରୋଜଗାରର ରେକର୍ଡକୁ ଭାଙ୍ଗିଛି। ୩୦୦ କୋଟିରେ ନିର୍ମିତ ଏହି ଫିଲ୍ମ ନିଜ ଅଧାରୁ ଅଧିକ ବଜେଟ ହାସଲ କରିସାରିଛି ଏବଂ ବର୍ତ୍ତମାନ ଏହା ଦେଖାଯାଉଛି ଯେ, କଣ ଏହି ଫିଲ୍ମ ଦ୍ୱିତୀୟ ୱିକେଣ୍ଡରେ ନିଜର ସଂପୂର୍ଣ୍ଣ ମୂଲ୍ୟ ହାସଲ କରିବାକୁ ସକ୍ଷମ ହେବ କି ନାହିଁ।

Get real time updates directly on you device, subscribe now.