fbpx

Video:୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗଭୀର ପାଣିରେ ବୁଡ଼ିଗଲା ଜାହାଜ, ୭୮ ଜଣଙ୍କର ମୃତ୍ୟୁ; କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ ଅବଦୁଲ୍ଲା ବାବା-ଆରା କହିଛନ୍ତି ଯେ ଶନିବାର ଦିନ ଆହୁରି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
କୁହାଯାଉଛି ଯେ, ଏହି ଡଙ୍ଗା ଏକ ଇସଲାମ ପର୍ବରୁ ୩୦୦ ରୁ ଅଧିକ ଲୋକଙ୍କୁ ନେପଇ ଫେରୁଥିଲା । କିନ୍ତୁ ତା’ପରେ ହଠାତ୍ ଏହା ନଦୀରେ ଓଲଟିଗଲା ଏବଂ ଏଥିରେ ଥିବା ଯାତ୍ରୀମାନେ ପାଣିରେ ଏପଟ ସେପଟ ହୋଇ ଭାସିବାକୁ ଲାଗିଲେ ।
୧୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା :-

ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁଙ୍କ ମୁଖପାତ୍ର କହିଛନ୍ତି ଯେ, ୩୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଜାହାଜ ବୁଡ଼ିଯିବା ପରେ ଅତି କମରେ ୭୮ ଟି ମୃତଦେହ ଉଦ୍ଧାର କରାଯାଇଛି । ମୁଖପାତ୍ର ଆହୁରି କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ନାଇଜର ନଦୀରେ ଜାହାଜ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣା ମୋକୱା ସ୍ଥାନୀୟ ସରକାରୀ ଅଞ୍ଚଳର ଜେବା ଡ୍ୟାମ ନିକଟରେ ଘଟିଛି । ୩୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ ଉଦ୍ଧାର ହୋଇଥିଲେ । ୭୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି ।

ଘଟଣା ସହ ଜଡିତ ଭିଡିଓ ଏଠାରେ ଦେଖନ୍ତୁ-

 

 

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି :-

ସ୍ଥାନୀୟ କର୍ତ୍ତୃପକ୍ଷ ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ ଯେ, ପୀଡ଼ିତାମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ସେ କହିଛନ୍ତି ଯେ ଜାହାଜରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଯାଞ୍ଚ ଜାରି ରହିଛି । ବାବା-ଆରା ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ।

Get real time updates directly on you device, subscribe now.