fbpx

(Video) ନବରାତ୍ରୀ ୨୦୨୪: ପବିତ୍ର ମହାସପ୍ତମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି । ତେବେ ପବିତ୍ର ମହାସପ୍ତମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମା’ କାଳୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ଭୟମୁକ୍ତ ହେଉ ବୋଲି ବୋଲି ପ୍ରଧାନମନ୍ତ୍ରୀ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀ ମୋଦୀ ଆଜି ନବରାତ୍ରୀର ସପ୍ତମ ଦିବସ ଅବସରରେ ମାତା କାଳୀଙ୍କ ଆରାଧନା କରିଥିଲେ । ଏହି ଅବସରରେ ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ମା’ ପାର୍ବତୀଙ୍କ ସ୍ୱରୂପର ଏକ ଭିଡିଓ ଶେୟାର କରିଛନ୍ତି ।

ଏହି ପୋଷ୍ଟ ଶେୟାର କରିବା ଅବସରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ନବରାତ୍ରୀର ମହାସପ୍ତମୀ ମା’ କାଲରାତ୍ରୀଙ୍କ ପୂଜାର ପାର୍ବଣ ଦିନ ଅଟେ । ମାତାଙ୍କ କୃପାରୁ ସମସ୍ତ ଭକ୍ତଙ୍କ ଜୀବ ଭୟମୁକ୍ତ ହେଉ ଏହା ମୁଁ କାମନା କରୁଛି ।’ ସୂଚନାଯୋଗ୍ୟ ଯେ, ନବରାତ୍ରୀର ସପ୍ତମ ଦିନର ରଙ୍ଗ ରୟାଲ ବ୍ଲୁ ହୋଇଥାଏ, ଯାହାକି ଶକ୍ତି ଓ ଭକ୍ତିର ପ୍ରତୀକ ହୋଇଥାଏ । ଏହି ପାର୍ବଣ ଉତ୍ସବ ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ବେଳେ ତାହା ୧୧ ତାରିଖ ରେ ଦଶହରା ସହ ସମାପ୍ତ ହୋଇଯିବ । ଏହି ନଅ ଦିନରେ ମା’ ଦୁର୍ଗାଙ୍କ ନଅଟି ରୂପକୁ ପୂଜା କରାଯାଇଥା. ଯାହାକି ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହୋଇଥାଏ ।

Get real time updates directly on you device, subscribe now.