fbpx

ଏପରି ସଫା କରନ୍ତୁ କିବୋର୍ଡ଼, ଦିଶିବ ଚକାଚକ୍ ଚାଲିବ ଦୀର୍ଘସ୍ଥାୟୀ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅଧିକାଂଶ ଲୋକମାନେ ଘରେ ବସି ଆରାମରେ ଅନଲାଇନ୍ ମାଧ୍ୟମରେ ବିଭିନ୍ନ କାମ ପୁରା କରିଥାନ୍ତି । କରୋନା ପରଠାରୁ ‘ୱାର୍କ ଫ୍ରମ୍ ହୋମ୍‌’ର ଟ୍ରେଣ୍ଡ୍ ବୃଦ୍ଧି ପାଇଥିଲା । ବେଳେ ବେଳେ ଲୋକମାନେ କମ୍ପ୍ୟୁଟର କିମ୍ବା ଲାପଟପରେ କାମ କରୁଥିବା ସମୟରେ କେବଳ ଉପର ଉପର ସଫା କରିଥାନ୍ତି । ଦୀର୍ଘ ଦିନ ପର୍ଯ୍ୟନ୍ତ କିବୋର୍ଡ଼କୁ ଭଲରେ ସଫା କରିବା ପାଇଁ ଭୁଲିଯାଇଥାନ୍ତି । ଫଳରେ କିବୋର୍ଡ଼ରେ ଧୂଳି ଜମା ହେବା ଯୋଗୁଁ ଏହା ଡଷ୍ଟ ଆଲର୍ଜୀର କାରଣ ପାଲଟିଥାଏ । ଏହା ବ୍ୟତୀତ ଭୁଲ ଉପାୟରେ କିବୋର୍ଡ଼ ସଫା କରିବା ଦ୍ୱାରା ଲାପଟପ୍ କିମ୍ବା କିବୋର୍ଡ଼କୁ କ୍ଷତି ପହଂଚାଇଥାଏ ।

କହିରଖୁଛୁ ଇଲେକ୍ଟ୍ରୋନିକ୍ସ ଜିନିଷ ଗୁଡ଼ିକର ଠିକ୍ ଭାବରେ ଯତ୍ନ ନେବା ଦ୍ୱାରା ତାହା ଦୀର୍ଘସ୍ଥାୟୀ ହୋଇଥାଏ । ତେବେ ଆସନ୍ତୁ କିବୋର୍ଡ଼ ସଫା କରିବାର ଉପଯୁକ୍ତ ଉପାୟ ବିଷୟରେ ଜାଣିବା ।

୧. ଲାପଟପ୍ ଅନ୍ ରଖି କେବେ ସଫା କରନ୍ତୁ ନାହିଁ । ସବୁବେଳେ ପାୱାର ସପ୍ଲାଇ ଡିସକନେକ୍ଟ ରଖନ୍ତୁ ।

୨. କିବୋର୍ଡ଼କୁ ଓଦା କପଡ଼ା କିମ୍ବା ପାଣି ଛିଞ୍ଚି ସଫା କରନ୍ତୁ ନାହିଁ । ଏହା ଦ୍ୱାରା ପାଣି କିବୋର୍ଡ଼ ଭିତରେ ପାଣି ପ୍ରବେଶ କରି ସର୍ଟ ସର୍କିଟ ହେବାର ସମ୍ଭାବନା ରହିଛି ।

୩. କିବୋର୍ଡ଼କୁ ଝାଡ଼ି ସଫା କରନ୍ତୁ ନାହିଁ ଏହା ଦ୍ୱାରା ଧୂଳି କିବୋର୍ଡ଼ ଭିତରେ ପ୍ରବେଶ କରିପାରେ । ଧୀରେ ଧୀରେ ଭିତରେ ଜମି ଏହା କିବୋର୍ଡ଼ର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିପାରେ ।
୪. କିବୋର୍ଡ଼ ସଫା କରିବା ସମୟରେ କେମିକାଲ କିମ୍ବା ହାର୍ଡ଼ ବ୍ରଶ୍ ବ୍ୟବହାର କରନ୍ତୁ ନାହିଁ । ଫଳରେ କିବୋର୍ଡ଼ ପାର୍ଟସ ଖରାପ ହୋଇପାରେ ।

କିବୋର୍ଡ଼ ସଫା କରିବାର ଉପଯୁକ୍ତ ଉପାୟ

୧. କିବୋର୍ଡ଼ ସଫା କରିବା ପାଇଁ ନରମ କପଡ଼ା ବ୍ୟବହାର କରିପାରିବେ । ଏହା ବ୍ୟତୀତ ନରମ ବ୍ରଶ୍ ବ୍ୟବହାର କରିବା ଉତ୍ତମ ଅଟେ ।

୨. କମ୍ପ୍ରେସ୍‌ଡ ଏୟାର କେନ୍ ମାଧ୍ୟମରେ କିବୋର୍ଡ଼ ବଟନ୍ ମଝିରେ ଥିବା ଭାଗ ସହଜରେ ସଫା କରିପାରିବେ ।

୩. ବଜାରରେ ଉପଲବ୍ଧ ହେଉଥିବା କିବୋର୍ଡ଼ କ୍ଲିନର ବ୍ୟବହାର କରିପାରିବେ । କୌଣସି କ୍ଲିନରକୁ ଡାଇରେକ୍ଟ କିବୋର୍ଡ଼ ଉପରେ ବ୍ୟବହାର କରନ୍ତୁ ନାହିଁ । ଏକ ନରମ କପଡ଼ାରେ ଟିକିଏ ନେଇ କିବୋର୍ଡ଼ ସଫା କରିପାରିବେ ।

Get real time updates directly on you device, subscribe now.