କଂଗ୍ରେସର ଇଭିଏମ ହ୍ୟାକ ଅଭିଯୋଗ ଉପରେ ଇସିଆଇଙ୍କ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପରେ ବିରୋଧୀ ଦଳଙ୍କ ଇଭିଏମକୁ ନେଇ ଅଭିଯୋଗ ପରେ ମଙ୍ଗଳବାର ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଇଲେକ୍ସନ କମିଶନ ଅଫ ଇଣ୍ଡିଆ (ସିଇଆଇ) ତାରିଖ ଘୋଷଣା କରିବେ । ଏହା ପୂର୍ବରୁ ନିର୍ବାଚନ କମିଶନର ରାଜୀବ କୁମାର ଇଭିଏମକୁ ନେଇ ମୁହଁ ଖୋଲିଛନ୍ତି । ଇଭିଏସ ୧୦୦ ପ୍ରତିଶତ ଫୁଲପ୍ରୁଫ ବୋଲି କହିଛନ୍ତି କମିଶନର ।

କଂଗ୍ରେସ ନେତା ରାଶୀଦ ଅଲବୀ କହିଥିଲେ କି, ଯେମିତି ଇଜରାଏଲ ହିଜବୁଲ୍ଲାହର ପେଜର୍ସକୁ ହ୍ୟାକ କରିଥିଲା, ସେମିତି ଇଭିଏମକୁ ହ୍ୟାକ କରାଯାଇପାରେ । ତେଣୁ ମହାରାଷ୍ଟ୍ରରେ ବିରୋଧୀଙ୍କୁ ବାଲାଟ ପେପରରେ ମତଦାନ କରିବା ପାଇଁ ସରକାର ଉପରେ ଚାପ ପକାଇବା ଦରକାର । ନହେଲେ ମହାରାଷ୍ଟ୍ରରେ ମଧ୍ୟ ବିଜେପି ସରକାର ଅଛି । ନିର୍ବାଚନ କମିଶନର କିଛି ବି କରିପାରେ । ଯଦି ଇଜରାଏଲ ଲୋକ ୱାକିଟକି ଓ ପେଜର୍ସକୁ ହ୍ୟାକ କରିପାରନ୍ତି, ଇଭିଏମ କାହିଁକି ହ୍ୟାକ ହୋଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ ରାଶୀଦ ।

ଆଗକୁ ରଶୀଦ ଆହୁରି ଅଭିଯୋଗ କରିଥିଲେ କି, ପ୍ରଧାନମନ୍ତ୍ରୀ ମୋଦିଙ୍କର ଇଜରାଏଲ ସହ ଭଲ ସମ୍ପର୍କ ରହିଛି । ଇଜରାଏଲ ଏସବୁ କାମରେ ସିଦ୍ଧହସ୍ତ । ଇଭିଏମରେ ଖେଳ କେଉଁଠି ବି ହୋଇପାରେ ଓ ବିଜେପି ନିର୍ବାଚନ ଆଗରୁ ସବୁ ଖେଳ କରିନିଏ । ଗତ ସପ୍ତାହରେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ।

 

Get real time updates directly on you device, subscribe now.