ମହିଳାଙ୍କୁ ଡବଲ ଖୁସି ଦେଲେ ରାଜ୍ୟ ସରକାର ! 3000 ଟଙ୍କା ମିଳିବ Diwali ବୋନସ

ନୂଆଦିଲ୍ଲୀ:  ଆଉ ଦିନ କେଇଟା ପରେ ଦୀପାବଳି ଆସିବାକୁ ଯାଉଛି । ଏହାରି ଭିତରେ ଡବଲ ଖୁସି ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ବୋନସ ହିସାବରେ 3 ହଜାର ଟଙ୍କା ଦେବା ନେଇ ଘୋଷଣା କରାଯାଇଛି । ମହାରାଷ୍ଟ୍ର ସରକାର ମାଝୀ ଲଡକି ବେହେନ ଯୋଜନାରେ ଏହି ଘୋଷଣା କରିଛନ୍ତି । ଯେଉଁମାନେ ଏହି ଯୋଜନା ପାଇଁ ପଞ୍ଜିକରଣ କରିଛନ୍ତି ଏବଂ ଯେଉଁମାନେ ପୂର୍ବରୁ ମଧ୍ୟ ଟଙ୍କା ପାଉଛନ୍ତି, ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ସେ ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ସରକାର ରାଜ୍ୟରେ ମହିଳାମାନଙ୍କ ପାଇଁ ଅନେର ଯୋଜନା ପ୍ରସ୍ତୁତ କରୁଛତନ୍ତି । ମହିଳାଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ମହାରାଷ୍ଟ୍ରରେ ଲଡକି ବେହେନ ଯୋଜନାରେ ଅନେର ଉପକୃତ ହେଉଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସିକ 1500 ଟଙ୍କା ପ୍ରଦାନ କରାଯାଇଥାଏ । ଏହାରି ଭିତରେ ସରକାର ମହିଳାମାନଙ୍କୁ ଡବଲ ଖୁସି ପ୍ରଦାନ କରିଛନ୍ତି । ବୋନସ ମାଧ୍ୟମରେ ଦୁଇ ମାସର ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । କହିରଖୁଛୁ କି, ଏହି ଯୋଜନାରେ ପଞ୍ଜିକରଣ କରିବା ପାଇଁ 15 ଶେଷ ତାରିଖ ରହିଥିଲା । ସରକାର ବର୍ତ୍ତମାନ ସୁଦ୍ଧା 94000ରୁ ଅଧିକ ମହିଳାଙ୍କୁ ଦୀପାବଳି ବୋନସ ଦେଇଛନ୍ତି । ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳାଙ୍କର ବୟସ 21ରୁ 65 ବର୍ଷ ଭିତରେ ହେବା ଆବଶ୍ୟକ ।

Get real time updates directly on you device, subscribe now.