‘ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ’, ସାଧାରଣ ବିମାନରେ ଯାତ୍ରା କରି ପୁଣି ଥରେ ଏହି ଉକ୍ତିକୁ ପ୍ରମାଣିତ କଲେ CM

ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନରେ ଯାତ୍ରା ନ କରି ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠୁ ୪ ଦିନିଆ ହରିୟାଣା ଏବଂ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ। ଏନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା।

ସୂଚନାନୁଯାୟୀ, ସରକାରଙ୍କ ପକ୍ଷରୁ ପ୍ରଥମେ ସ୍ୱତନ୍ତ୍ର ବିମାନ ବୁକ କରାଯାଇଥିଲା ଲିଗାସି ୬୫୦। ଏହି ବିମାନର ତିନି ଦିଗର ଭଡା ହେଉଥିଲା ୯୧ ଲକ୍ଷ ୨୨ ହଜାର ଟଙ୍କା। ଏହାର ଭଡା ଅଧିକ ହେବାରୁ ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ ୨୦୦ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଫ୍ଲାଇଟ ବୁକ କରାଯିବା ପାଇଁ ବିଚାର କରାଯାଉଥିଲା। ଯାହାର ଭଡା ୭୮ ଲକ୍ଷ ୫୫ ହଜାର ଟଙ୍କା। ଦୁଇଟି ଯାକ ସ୍ୱତନ୍ତ୍ର ବିମାନର ଭଡା ଅତ୍ୟଧିକ ଥିବାରୁ ସରକାରୀ ଅର୍ଥ ବଞ୍ଚାଇବା ପାଇଁ ଏବଂ ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନ କରି ସାଧାରଣ ବିମାନରେ ଯିବାକୁ ମନସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହାନତାକୁ ଚାରିଆଡେ ପ୍ରଶଂସା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ‘ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ’ର ଉକ୍ତିକୁ ଆଉଥରେ ପ୍ରମାଣିତ ହୋଇଛି।

Get real time updates directly on you device, subscribe now.