ଆରପାରିରେ ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ, ୭୮ ବର୍ଷରେ ଦେହାନ୍ତ

ଭୁବନେଶ୍ୱର: ରାଜନୀତି ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ସୂଚନା ଦେଇଛନ୍ତି ।

୧୯୫୦ ଏପ୍ରିଲ ୨୨ରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅନ୍ତର୍ଗତ ଶାସନିପଡ଼ାରେ ପ୍ରଭାତ କୁମାର ସମାନ୍ତରାୟ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀକାନ୍ତ ଜେନାଙ୍କ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଭାତ କେନ୍ଦ୍ରାପଡ଼ା ସାଂସଦ ଥିଲେ । ତାଙ୍କ ପରେ ଅର୍ଚ୍ଚନା ନାୟକ କେନ୍ଦ୍ରାପଡ଼ାରୁ ବିଜୟୀ ହୋଇଥିଲେ । ସେ ନିଜ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିଲେ । ପରେ ବିଜୁ ଜନତା ଦଳରେ ଯୋଗଦେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ୨ ଥର ନିର୍ବାଚିତ ହୋଇଥିଲେ । ପ୍ରଥମଥର ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ସାଂସଦ ଥିବାବେଳେ ଦ୍ଵିତୀୟ ଥର ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ ।

Get real time updates directly on you device, subscribe now.