ଦୈନିକ କେତେ ଚାମଚ ଚିନି ସେବନ କରିବା ଉଚିତ, ଜାଣନ୍ତୁ କ’ଣ କହୁଛି WHO ରିପୋର୍ଟ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ । ତେଣୁ ସେମାନେ ଦୈନନ୍ଦିନ ଜୀବନଶୈଳୀରେ ଖାଦ୍ୟପେୟ, ବ୍ୟାୟାମ, ନିଦ୍ରା ଇତ୍ୟାଦିକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏଥିମଧ୍ୟରେ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ଜଣେ ଡାଇବେଟିସ୍ ରୋଗୀଙ୍କ ପାଇଁ ଡାଏଟ୍ ଚାର୍ଟ ଭିନ୍ନ । ଡାକ୍ତର ସେମାନଙ୍କୁ ଚିନି ସେବନ କରିବା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାନ୍ତି । ଚିନିରେ କାର୍ବେହାଇଡ୍ରେଟ ରହିଛି ଯାହା ଆମ ଡାଏଟ୍ ପାଇଁ ଜରୁରୀ ଅଟେ । କିନ୍ତୁ ମନରେ ପ୍ରଶ୍ନ ଉଠୁଛି ଜଣେ ସାଧାରଣ ବ୍ୟକ୍ତି ଦୈନିକ କେତେ ମାତ୍ରାରେ ଚିନି ଖାଇବା ଉଚିତ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ୧୦%ରୁ ଅଧିକ ମାତ୍ରାରେ ଚିନି ସେବନ କରିବା ଉଚିତ ନୁହେଁ । ତେବେ ଚିନିର ମାତ୍ରା ୫% ପର୍ଯ୍ୟନ୍ତ ସୀମିତ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଜଣେ ସାଧାରଣ ବ୍ୟକ୍ତି ପ୍ରତିଦିନ ୨୦୦୦ କ୍ୟାଲୋରୀ ସେବନ କରିଥାଏ । ଏହି ହିସାବରେ ଚିନିର ମାତ୍ରା ୧୦% ଅର୍ଥାତ ୨୦୦ କ୍ୟାଲୋରୀରୁ ଅଧିକା ହେବା ଉଚିତ ନୁହେଁ । ସେହିପରି ଆମେରିକୀୟ ହାର୍ଟ ଆସୋସିଏସନ୍‌(AHA) ଅନୁଯାୟୀ ପୁରୁଷଙ୍କୁ ଦୈନିକ ୯ ଚାମଚ(୩୬ ଗ୍ରାମ) ଏବଂ ମହିଳାଙ୍କୁ ଦୈନିକ ୬ ଚାମଚ(୨୫)ଗ୍ରାମରୁ ଅଧିକ ଚିନି ସେବନ କରିବା ଉଚିତ ନୁହେଁ । କହିରଖୁଛୁ ଚିନି ଉଭୟ ପ୍ରାକୃତିକ ଏବଂ ପ୍ରୋସେସ୍‌ଡ ଆକାରରେ ଉପଲବ୍ଧ ଥାଏ । ବିଭିନ୍ନ ପ୍ରକାର ଫଳ, କ୍ଷୀର ଇତ୍ୟାଦିରେ ନ୍ୟାଚୁରାଲ ସୁଗାର ରହିଥିବା ବେଳେ ଜଙ୍କ୍ ଫୁଡ୍‌, ଆଇସକ୍ରିମ୍‌, ମିଠା, ମୃଦୁପାନୀୟ ଇତ୍ୟାଦିରେ ପ୍ରୋସେସ୍‌ଡ ସୁଗାର ରହିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ମେଦବହୁଳତା, ଟାଇପ୍ ୨ ଡାଇବେଟିସ୍ ଏବଂ ହୃଦରୋଗ ଭଳି ସମସ୍ୟା ଦେଖାଦେଇଥାଏ । ପିଲାମାନେ ଦୈନିକ ୨୫ ଗ୍ରାମରୁ ଅଧିକ ମାତ୍ରାରେ ଚିନି ଖାଇବା ଉଚିତ ନୁହେଁ । ଚିନି ଜିନିଷରେ କ୍ୟାଲୋରୀ ମାତ୍ରା ଅଧିକ ଏବଂ ପୋଷକ ତତ୍ୱର ମାତ୍ରା ନାହିଁ କହିଲେ ଚଳେ । ଅତ୍ୟାଧିକ ଚିନି ସେବନ କରିବା ଦ୍ୱାରା ଶରୀରରେ ଫ୍ୟାଟ୍ ଜମା ହୋଇଯାଏ ଯାହା ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.