‘ବିପଦରୁ ରକ୍ଷା କର ମା’, ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ସମୁଦ୍ରରେ ବଳ ଗୋଟାଇ ଉପକୂଳକୁ ମାଡି ଆସୁଛି। ଆଜି ରାତିରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିବ ଦାନା। ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଆଡକୁ ମୁହାଁଉଛି। ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ରହିଛି ବତ୍ୟା। ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ରହିଛି ବାତ୍ୟା। ଗତକାଲି ୧୨ କିମି ପରିବର୍ତ୍ତେ ଆଜି ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡକୁ ଆସୁଛି ଦାନା। ଏହା କେଉଁଠି ମାଡ ହେବ ତାହା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ଭିତରକନିକା-ଧାମରା ମଧ୍ୟରେ ‘ଦାନା’ ସ୍ଥଳଭାଗ ଛୁଇଁବ। ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ। କାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା। ପବନର ବେଗ ୧୦୦ରୁ ୧୨୦ କିମି ରହିବ।

ଯେତେବେଳେ ଧରାପୃଷ୍ଠକୁ ବିପଦ ଆସେ ପୃଥିବୀବାସୀ ଈଶ୍ୱରଙ୍କୁ ଡାକନ୍ତି ତ୍ରାହି ପାଇଁ। ତେବେ ବର୍ତ୍ତମାନ ଏହି ବାତ୍ୟାର ପ୍ରକୋପକୁ ନେଇ ଧାମରାବାସୀ ମାଆ ଧାମରାଇଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ବାତ୍ୟାର ପ୍ରକୋପକୁ କମ କରିବାକୁ ଧାମରାସ୍ଥିତ ମାଆ ଧାମରାଇ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି। ସମସ୍ତେ ମାଆଙ୍କୁ ଡାକୁଛନ୍ତି, ଏହି ବିପଦରୁ ରକ୍ଷା ପାଇବା ପାଇଁ। ସ୍ୱତନ୍ତ୍ର ପୂଜାପାଠ ସହ ସଂକୀର୍ତ୍ତନ କଲେ ଗ୍ରାମବାସୀ।