fbpx

ଭୁବନେଶ୍ୱରରୁ ଆଜି ୪୫ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରର ୪୫ଜଣ ହୋଇଥିବା ଜଣାପଡ଼ିଛି । ୪୫ଜଣଙ୍କ ମଧ୍ୟରୁ ୩୭ଜଣ ସଙ୍ଗରୋଧରୁ ଓ ୮ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଏହାସହ ଭୁବନେଶ୍ୱରରୁ ଆଜି ୩୧ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ଥିବା ବେଳେ ସୁସ୍ଥ ହୋଇଛନ୍ତି ୨୪୭ଜଣ । ଏବେ ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୦ ରହିଛି ।

Get real time updates directly on you device, subscribe now.