କାଲି ଛାଡ଼ଖାଇ କରିପାରିବେନି ଲୋକେ, ଆମିଷ ପ୍ରେମୀଙ୍କ ମନ ଅସମ୍ଭାଳ

ଓଡ଼ିଶା ଭାସ୍କର: ଦୀର୍ଘ ୧ ମାସ ଧରି ପବିତ୍ର କାର୍ତ୍ତିକ ମାସ ପରେ ଛାଡଖାଇ କରିପାରିବେନି ଲୋକେ। କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ମାସକ ଯାକ ନିରାମିଷ ପରିତ୍ୟାଗ କରି ହବିସ ଅନ୍ନ ସେବନ କରିଥାଆନ୍ତି। ସାଧାରଣତଃ ଏହି ପବିତ୍ର ମାସରେ ସମସ୍ତେ ଆମିଷ ଛାଡି ଥାଆନ୍ତି। ଯେଉଁଦିନ ଏହି ମାସର ଅନ୍ତ ଘଟେ, ତାର ପରିବର୍ତ୍ତୀ ଦିନ ଛାଡଖାଇ ହୋଇଥାଏ। ଏହି ଦିନ ଲୋକେ ଆମିଷ ଖାଇଥାଆନ୍ତି। ଆମିଷ ପ୍ରେମୀମାନେ ଏହି ଛାଡଖାଇକୁ ଉତ୍ସାହର ସହ ଅନେଇ ବସିଥାଆନ୍ତି। କିନ୍ତୁ ଚଳିତ ବର୍ଷ କେହି ଛାଡଖାଇ ପାଳନ କରିପାରିବେନି।

କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା ପର୍ବ ପର ଦିନ ଛାଡଖାଇ ପର୍ବ ପାଳନ କରାଯାଇଥାଏ। ହବିଷ୍ୟାଳିମାନେ ସାଧାରଣତଃ ଛାଡଖାଇରେ ଛାଡ ମୁଢି ପାଗ କରି ଖାଇଥାଆନ୍ତି। ହେଲେ ଅନ୍ୟମାନେ ଏହି ଦିନ ଆମିଷ ଖାଇଥାଆନ୍ତି। ସବୁଠୁ ମୁଖ୍ୟ କଥା ହେଉଛି, ଚଳିତ ବର୍ଷ ଛାଡଖାଇ ଦିନ ସଂକ୍ରାନ୍ତି ପଡୁଛି। ତେବେ ଏହି ଦିନ ଛାଡଖାଇ କେହି ପାଳନ କରିପାରିବେନି। ତେବେ ଆମିଷ ଖାଇବାକୁ ହେଲେ ରବିବାର ଦିନକୁ ଅପେକ୍ଷା କରିବାକୁ ପଡିବ।

ଦୀର୍ଘ ଗୋଟେ ମାସ ପରେ ଏହି ଦିନ ଆମିଷ ନ ଖାଇପାରିବାରୁ ଆମିଷ ପ୍ରେମୀଙ୍କ ମନ ଭାଙ୍ଗିଯାଇଛି। ତେବେ ବଜାରରେ ମାଛ, ମାଂସ, ଚିଙ୍ଗୁଡି ବ୍ୟବସାୟମାନଙ୍କର ମଧ୍ୟ କାଲି ବ୍ୟବସାୟ ମାନ୍ଦା ରହିବ। କାରଣ ସେମାନେ ଏହି ଦିନ ଦି-ପଇସା ରୋଜଗାର କରିଥାଆନ୍ତେ। କିନ୍ତୁ ସେମାନଙ୍କୁ ରବିବାର ଦିନକୁ ଅପେକ୍ଷା କରିବାକୁ ପଡିବ। ରବିବାର ଦିନ ଆମିଷ ବ୍ୟବସାୟୀମାନଙ୍କର ଖୁବ ଜୋରରେ ରୋଜଗାର ହେବ ବୋଲି ଅନୁମାନ କରାଯାଉଛି।