ଗୁଡ୍ ନ୍ୟୁଜ୍ ଦେଲେ ରୋହିତ ଶର୍ମା, ଦ୍ୱିତୀୟ ଥର ମାଆ ହେଲେ ପତ୍ନୀ ଋତିକା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଘରକୁ ଆସିଲା କୁନି ଅତିଥି । ବର୍ଡ଼ର ଗାଭାସ୍କର ଟ୍ରଫି ପୂର୍ବରୁ ସେ ପୁଣି ଥରେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶୁକ୍ରବାର(ନଭେମ୍ବର ୧୫) ତାଙ୍କ ପତ୍ନୀ ଋତିକା ସଜଦେହ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଖୁସି ଖବର ଶୁଣିବା ପରେ ସୋସିଆଲ ମିଡିଆରେ ପରିବାର ବର୍ଗ, ଫ୍ୟାନ୍ସ, କ୍ରିକେଟ ଜଗତର ବ୍ୟକ୍ତି ବିଶେଷ ଆଦିଙ୍କ ତରଫରୁ ରୋହିତ- ଋତିକାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଆସନ୍ତା ନଭେମ୍ବର ୨୨ରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏନେଇ ଦୁଇ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ରିପୋର୍ଟରୁ ପ୍ରକାଶ ବର୍ତ୍ତମାନ ରୋହିତ ଶର୍ମା ସମସ୍ତ ସିରିଜରେ ନଜର ଆସିପାରନ୍ତି । କହିରଖୁଛୁ ୨୦୧୫ରେ ରୋହିତ-ଋତିକା ବିବାହ କରିଥିଲେ । ୨୦୧୮ରେ ତାଙ୍କର ଗୋଟିଏ ଝିଅ ହୋଇଥିଲା ଯାହାର ନାଁ ହେଉଛି ସମାୟରା । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଠି ଏକ ନବଜାତ ସହ ଜଣେ ମହିଳା ଏବଂ ପୁରୁଷଙ୍କ ହାତ ଧରିଥିବା ନଜର ଆସିଛି । କିନ୍ତୁ କାହାର ମୁହଁ ଦେଖାଯାଉନାହିଁ । ଏହା ରୋହିତ- ଋତିକାଙ୍କ କୁନି ପୁଅ ବୋଲି କୁହାଯାଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

 

View this post on Instagram

 

A post shared by Instant Bollywood (@instantbollywood)