ଅନୁଗୁଳ: ବୃଦ୍ଧା ମା’କୁ ପିଟି ହତ୍ୟା କରିଛି ପୁଅ । ଟାଉନ୍ ଥାନା ସୁସୁଡ଼ାଗାଁରୁ ଏ ଘଟଣା ସାମ୍ନାକୁ ଆସିଛି । କୌଣସି କଥାକୁ ନେଇ ମା’ ସହ ଯୁକ୍ତିତର୍କ ହେବା ପରେ ମଦ୍ୟପ ପୁଅ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଥିବା କୁହାଯାଉଛି । ଠେଙ୍ଗାରେ ପିଟି ପିଟି ବୁଢ଼ି ମା’କୁ ଜୀବନରୁ ମାରିଦେଇଛି ନୃଶଂସ ପୁଅ । ଘଟଣାର ସୂଚନା ପାଇ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।