ନୂଆଦିଲ୍ଲୀ: ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ଼ ଝଟକା । ବଜରଙ୍ଗଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ତରଫରୁ ୪ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଆଣ୍ଟିଂ ଡୋପିଂ କୋଡ୍ ଉଲ୍ଲଂଘନ କରିବା କାରଣରୁ ପୁନିଆଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରିଛି ନାଡା । ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ପୁନିଆଙ୍କ ରେସଲିଂ କ୍ୟାରିୟର ଏକପ୍ରକାର ସମାପ୍ତ ହୋଇଯାଇଛି କହିଲେ ଚଳେ । ଏବେ ପୁନିଆ କୋଚିଂ ମଧ୍ୟ ଦେଇ ପାରିବେ ନାହିଁ ।
ସୂଚନା ମୁତାବକ, ମାର୍ଚ୍ଚ ୧୦ରେ ହେବାକୁ ଥିବା ଡୋପ ପରୀକ୍ଷା ପାଇଁ ନିଜର ନମୂନା ଦେବାକୁ ଅଗ୍ରାହ୍ୟ କରିବାରୁ ପୁନିଆଙ୍କ ବିରୋଧରେ ନାଡା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନଭେମ୍ବର ୨୬ରେ ପୁନିଆଙ୍କ ନ୍ୟାସନାଲ ଟିମରେ ଚୟନ ପାଇଁ ଟ୍ରାଏଲ ଅବସରରେ ଏହା ଘଟିଥିଲା । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ପୁନିଆଙ୍କୁ ଏହି ଅପରାଧ ପାଇଁ ସର୍ବପ୍ରଥମେ ଏପ୍ରିଲ ୨୩ରେ ନାଡା ପକ୍ଷରୁ ବ୍ୟାନ କରାଯାଇଥିଲା । ତା’ପରେ କୁସ୍ତିର ବିଶ୍ୱସ୍ତରୀୟ ସଂସ୍ଥା ୟୁଡବ୍ଲ୍ୟୁଡବ୍ଲ୍ୟୁ ମଧ୍ୟ ତାଙ୍କୁ ବ୍ୟାନ କରିଥିଲା । ବଜରଙ୍ଗ ଉକ୍ତ ବ୍ୟାନ ବିରୋଧରେ ଅପିଲ କରିଥିଲେ ଓ ନାଡାର ଅନୁଶାସନାତ୍ମକ ଡୋପିଂ ପ୍ୟାନାଲ ମେ ୩୧କୁ ନାଡା ଦ୍ୱାରା ହୋଇଥିବା ଅଭିଯୋଗର ନୋଟିସ୍ ଜାରି କରାଯିବା ପର୍ଯ୍ୟନ୍ତ ରଦ୍ଦ କରିଥିଲା । ତା’ପରେ ନାଡା ଜୁନ ୨୩କୁ କୁସ୍ତିଯୋଦ୍ଧାଙ୍କୁ ନୋଟିସ୍ ଦେଇଥିଲା ।