fbpx

ଖୁସି ଖବର: ରାଜ୍ୟରେ ଆଜି ସର୍ବାଧିକ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୫୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୦୦୬କୁ ବୃଦ୍ଧି ପାଇଛି । ୩୦୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜମାରୁ ସର୍ବାଧିକ ୧୨୦, ଯାଜପୁରରୁ ୪୬,ଖୋର୍ଦ୍ଧାରୁ ୨୮, କଟକରୁ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ ୯, ପୁରୀରୁ ୭, ବରଗଡ଼ରୁ ୬, ଢ଼େଙ୍କାନାଳରୁ ୫, ଝାରସୁଗୁଡ଼ାରୁ ୫, ମୟୁରଭଞ୍ଜରୁ ୫, ଅନୁଗୁଳରୁ ୪, ନୂଆପଡ଼ାରୁ ୪, ବାଲେଶ୍ୱରରୁ ୩, କେନ୍ଦ୍ରାପଡ଼ାରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀର, ଜଗତସିଂହପୁର, କୋରାପୁଟ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.