ନୂଆଦିଲ୍ଲୀ: ବ୍ୟାଙ୍କରେ ସୁନା ଗହଣା ରଖି ଗୋଲ୍ଡ ଲୋନ ଆଣିବା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଆର୍ଥିକ ବର୍ଷ ୨୦୨୪-୨୫ର ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ବ୍ୟାଙ୍କରୁ ଗୋଲ୍ଡଲୋନ ନେବା ମାମଲାରେ ୫୦ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଆକାଶ ଛୁଆଁ ମହଙ୍ଗା ଦର, କମଜୋର କଞ୍ଜ୍ୟୁମର ଡିମାଣ୍ଡ ଏବଂ ବ୍ୟାଙ୍କର ଅନସିକ୍ୱର୍ଡ ଲେଡିଂରେ ଆରବିଆଇର କଠୋରତା ଯୋଗୁଁ ଗୋଲ୍ଡ ଲୋନ ମୁକାବିଲାରେ ପର୍ସନାଲ ଲୋନ ନେବା ମାମଲାଗୁଡିକରେ ହ୍ରାସ ଦେଖିବାକୁ ମିଳିଛି ।
ବ୍ୟାଙ୍କିଂ ସେକ୍ଟରର ରେଗୁଲେଟର ଭାରତୀୟ ରିଜର୍ଭ ବ୍ୟାଙ୍କ ୨୯ ନଭେମ୍ବର ୨୦୨୪ରେ ଭିନ୍ନ-ଭିନ୍ନ ସେକ୍ଟର୍ସର ବ୍ୟାଙ୍କଗୁଡିକ ପକ୍ଷରୁ ଦିଆଯାଇଥିବା ଋଣର ସଂଖ୍ୟା ଜାରି କରାଯାଇଛି । ଆରବିଆଇର ଏହି ଡାଟା ମୁତାବକ, ୧୮ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକର ଗୋଲ୍ଡ ଲୋନ ୫୬ ପ୍ରତିଶତର ବୃଦ୍ଧି ସହ ୧.୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିସାରିଛି । ଯଦି ଆମେ ଗତ ବର୍ଷ କଥା ଆଲୋଚନା କରିବା ତେବେ, ଏହି ଅବଧି ସମୟରେ ବ୍ୟାଙ୍କର ଗୋଲ୍ଡ ଲୋନରେ କେବଳ ୧୩ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଥିଲା । ଏବେ ପ୍ରଶ୍ନ ଉଠୁଛି ଯେ, ଗୋଲ୍ଡ ଲୋନ ନେବା ମାମଲାରେ ଦେଶରେ କାହିଁକି ବଢୁଛି । ସୂଚନା ମୁତାବକ, ସୁନାର ଗହଣା ବା ଗୋଲ୍ଡ ଲୋନ ନେବା ମାମଲାରେ ସବୁଠୁ ଅଧିକ ବୃଦ୍ଧି ଆର୍ଥିକ ସଂକଟ ବା ଏମର୍ଜେନ୍ସି ସମୟରେ ଦେଖିବାକୁ ମିଳିଛି ।