ଏଣିକି ଚୋରି ହେବନି ଗରିବମାନଙ୍କ ରାସନ, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରି ଚଳାଉଛନ୍ତି । ସରକାର ଏହି ଯୋଜନାଗୁଡ଼ିକର ଲାଭ ଦେଶର କୋଟି କୋଟି ନାଗରିକଙ୍କୁ ମିଳୁଛି । ତେବେ ସରକାରଙ୍କ ପକ୍ଷରୁ ଗରିବମାନଙ୍କୁ ନେସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅର୍ଥାତ ଏନଏଫଏସଏ ଆକ୍ଟ ମାଧ୍ୟମରେ ରାସନ ଯୋଗାଇ ଦିଆଯାଉଛି । ସରକାର ବିଭିନ୍ନ ରାଜ୍ୟରେ ରାସନ ବଣ୍ଟନଲାରୀ କେନ୍ଦ୍ରକୁ ରାସନ ପଠାଇଥାଆନ୍ତି । ଏହି ରାସନ ବେଳେ ବେଳେ ଚୋରି ହୋଇଯାଇଥାଏ । ତେବେ ଏଥିପାଇଁ ସରକାର ନୂଆନିୟମ ଏହି ରାଜ୍ୟରେ ଜାରି କରିଛନ୍ତି, ଯାହା ଦ୍ୱାରା ଗରିବ ଲୋକଙ୍କ ରାସନ ଆଉ ଚୋରି ହେବ ନାହିଁ ।

ହରିୟାଣାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହାରାହାରି ୩୨ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ଅଛନ୍ତି । ଏହି ରାଜ୍ୟରେ ବେଳେ ବେଳେ ରାସନ ବିତରଣରେ ଦୁର୍ନୀତି ଦେଖିବାକୁ ମିଳିଛି । ରାସନ କାର୍ଡ ଧାରକଙ୍କୁ ରାସନ ମିଳିନଥାଏ ଏବଂ ତାଙ୍କ ରାସନ ଅନ୍ୟ କୌଣସି ରାସନକାର୍ଡରେ ଚଢିଯାଇଥାଏ । ହେଲେ ହରିୟାଣାରେ ଆଉ ଏଭଳି ପରିସ୍ଥିତି ଦେଖିବାକୁ ମିଳିବନାହିଁ ।

କାରଣ ବର୍ତ୍ତମାନ ହରିୟାଣା ରାଜ୍ୟ ସରକାର ରାସନ ବଣ୍ଟନ ପୂର୍ବରୁ ସହର ଏବଂ ଗ୍ରାମରେ ଘୋଷଣା କରିବେ । ଯାହା ଦ୍ୱାରା ଯେତିକି ମଧ୍ୟ ରାସନ କାର୍ଡଧାରକ ଅଛନ୍ତି, ସେମାନେ ରାସନ ନେବାକୁ ଆସିପାରିବେ । ଏହା ବ୍ୟତୀତ ରାସନ ବିତରଣର ସଂପୂର୍ଣ୍ଣ ପ୍ରକ୍ରିୟା ନିଷ୍ପକ୍ଷ ଏବଂ ସଠିକ ଭାବେ ହେବାକୁ ସୁନିଶ୍ଚିତ କରିବା ପାଇଁ ରାସନ ବିତରଣ ଡିପୋରେ ସିସିଟିଭି କ୍ୟାମେରା ଲଗାଇବାର କାର୍ଯ୍ୟ ମଧ୍ୟ କରାଯିବ ।