ଆଳି: ଆଳି ଭତ୍ତା କାଳେଙ୍କାରୀ ଘଟଣାରେ ୬୫ ଜଣଙ୍କ ନାଁରେ ଏତଲା ଦାଏର କରାଯାଇଛି । ସ୍ଥାନୀୟ ବିଡିଓ ଆଳି ଥାନାରେ ଠକିକରି ଭତ୍ତା ନେଇଥିବା ଲୋକଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ଆଳି ବ୍ଲକ୍ ଅର୍ନ୍ତଗତ ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା କାଳେଙ୍କାରୀ ନେଇ ପ୍ରଥମେ ଅଭିଯୋଗ କରାଯାଇଥିଲା । ଜାଲିଆତି କରି ଟଙ୍କା ନେଇଥିବା ହିତାଧିକାରୀ ୭ ମାସର ଭତ୍ତା ଟଙ୍କା ଫେରାଇବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଉଲ୍ଲେଖ କରାଯାଇଛି । ଭୋଟର ଆଇଡି ଏବଂ ଆଧାର କାର୍ଡରେ ଜାଲିଆତି କରି ଭତ୍ତା ଆବେଦନ କରିଥିବା ସୂଚନା ।