ନୂଆଦିଲ୍ଲୀ: ଆଜିର ସମୟରେ ଟେକ୍ନୋଲୋଜୀରେ ଲଗାତାର ସଂଶୋଧନ ହେଉଛି। ଯେଉଁ କାମ ଅସମ୍ଭବ ଲାଗୁଥିଲା, ଆଜିର ଟେକ୍ନୋଲୋଜିର ବିକାଶ କାରଣରୁ ଖୁବଶୀଘ୍ର ଏହି କାର୍ଯ୍ୟ ହୋଇପାରୁଛି। ଏପରି ଏକ ସଂଶୋଧନ ରୋବୋଟିକ୍ସ କ୍ଷେତ୍ରରେ ଆସିଛି। ଟେସ୍ଲାର ଅପ୍ଟିମସ ରୋବଟର ଏକ ଭିଡିଓ ସାମ୍ନାକୁ ଆସିଛି। ଟେସ୍ଲା ଅପ୍ଟିମସ ରୋବଟର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗଡାଣିରୁ ଗଡିିବା ଶିଖୁଛି। ଏହି ଭିଡିଓକୁ ଦେଖି ରୋବୋଟିକ୍ସ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ବୁଝିବାକୁ ପଡୁଛି। ଏହି ଭିଡିଓ ଆମେରିକାର ବିଲିୟନେୟାର ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲା ମୋଟର୍ସର ଅଫିସିଆଲ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି।
ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୂର୍ବ ପ୍ରୟାସରେ ଗଡାଣିଆରୁ ଗଡିବା ସମୟରେ ଟଳମଳ ହୋଇ ପଡୁ-ପଡୁ ବର୍ତ୍ତିଯାଉଛି। ଆଗାମୀ ପ୍ରୟାସରେ ସେ ଟିକେ ଟିକେ ଟଳମଳ ହେଉଛି, ହେଲେ ସହଜ ଭାବେ ଗଡୁଛି। ଏହାର ପରବର୍ତ୍ତୀ ସମୟରେ ସେ ଖୁବ ସହଜରେ ଗଡିଯାଉଛି। ଆଗାମୀ ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋବଟ ବିନା କୌଣସି ଅସୁବିଧାରେ ଉଚ୍ଚତା ଉପରକୁ ଚଢିଯାଉଛି। ଟେସ୍ଲା ମୋଟର୍ସ ଭିଡିଓ ସେୟାର କରି ଲେଖିଛି, ‘ମଣିଷ ପରି ଚାଲିବା ପାଇଁ ତୁମକୁ ପ୍ରଥମେ ମଣିଷ ପରି ଝୁଣ୍ଟିବା ଶିଖିବା ଆବଶ୍ୟକ।’
View this post on Instagram